Latest Odisha News

ବିଜେ ହେଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ରଥ

ପୁରୀ: ଭାବବିହ୍ବଳ ସେବାୟତ । ଗଡିଲା ପ୍ରଭୁଙ୍କ ରଥ । ରବିବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶନିବାର ପଟିଦିଅଁଙ୍କ ପାଖରୁ ଆଜ୍ଞାମାଳ ରଥଖଳାରେ ପ୍ରସ୍ତୁତ ତିନି ରଥରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ଜଣଙ୍କ ପରେ ଜଣେ ସିଂହଦ୍ବାର ସମ୍ମୁଖ ଅଭିମୁଖେ ଗଡୁଛନ୍ତି । ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ସିଂହଦ୍ବାରରେ ନିଜ ସ୍ଥାନ ଗ୍ରହଣ କରିବା ପରେ ଏହା ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ବଳଭଦ୍ରଙ୍କର ତାଳଧ୍ବଜ ରଥ ସ୍ବସ୍ଥାନରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଛିଡା ହୋଇଛନ୍ତି । ଆସନ୍ତାକାଲି ଭାଇ ଭଉଣୀଙ୍କ ସହିତ ରଥାରୁଢ ହେବେ କାଳିଆ ସାଆନ୍ତ । କୋଟି କୋଟି ଭକ୍ତଙ୍କୁ ବଡଦାଣ୍ଡରେ ଦେବେ ଦର୍ଶନ ।

ଆସନ୍ତାକାଲି ଅର୍ଥାତ୍ ରବିବାର ମହାପ୍ରଭୁଙ୍କ ବିଜେ ପରେ ସିଂହଦ୍ବାରରୁ ଟଣାଯିବ ରଥ । ପ୍ରଥମେ ନନ୍ଦିଘୋଷ, ତା ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥ ଟଣାଯିବ । ଅନେକ ବର୍ଷ ପରେ ଏଥର ବିରଳ ରଥଯାତ୍ରା ପାଳନ ହେବାକୁ ଯାଉଛି । ୫୩ ବର୍ଷ ପରେ ପୁଣି ଏକ ଆହ୍ବାନପୂର୍ଣ୍ଣ ରଥଯାତ୍ରା । ସେଥିପାଇଁ ୧୯୭୧ ମସିହା ଅନୁଯାୟୀ ଏଥର ମଧ୍ୟ ସେହି ସମାନ ନିତି କାନ୍ତିରେ ଗଡିବ ମହାପ୍ରଭୁଙ୍କ ରଥ । ଏଥିପାଇଁ ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା ପଡ଼ୁଥିବାରୁ ଦୁଇ ଦିନ ଧରି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି ।ସକାଳୁ ସକାଳୁ ନବଯୌବନ ବେଶ ଓ ନେତ୍ରୋତ୍ସବ କରାଯିବ । ତେଣୁ ଏଥର ସମୟ କମ୍ ଥିବାରୁ ଭକ୍ତ ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ରହିବେ । ସେପଟେ କିନ୍ତିୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ୧ଟା ପାଖାପାଖି ହୋଇଯିବ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ହେବା ସହ ଅପରାହ୍ନ ପ୍ରାୟ ୫ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଏହାପରେ ସେଦିନ ଅର୍ଥାତ୍ ରବିବାର ସୂର୍ଯ୍ୟ ଅସ୍ତପରେ ବଡଦାଣ୍ଡରେ ଅଟକିବେ ତିନି ରଥ । ତା ପରଦିନ ଅର୍ଥାତ୍ ସୋମବାର ପୁଣି ଅବକାଶ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ପୁଣି ମାଉସୀ ଗୁଣ୍ଡିଚା ମା’ ଅଭିମୁଖେ ଗଡିବ ତିନି ଠାକୁରଙ୍କ ରଥ ।

Comments are closed.