ପୁରୀ: ଶେଷ ହେଇଛି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ବସିଥିବା ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା କମିଟିର ବୈଠକ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆସନ୍ତା ୯ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ ।
ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ବୈଠକରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ।
ଶ୍ରୀ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ଡୁପ୍ଲିକେଟ ଚାବିରେ ନଖୋଲିଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ବହୁ ଦଶନ୍ଧି ହେଲାଣି, ଉକ୍ତ ତାଲା ଖୋଲା ଯାଇନାହିଁ । ଯଦି ଉକ୍ତ ଚାବିରେ ନଖୋଲେ ତେବେ ତାଲା ଭଙ୍ଗା ଯିବ। ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ । ତେବେ ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍ଓପି ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ଏସ୍ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତ ଜଷ୍ଟିସ ରଥ।
ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ। ନୀତିକାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ବିତୀୟ, ଏହାକୁ ଗୁରୁତ୍ବ ଦିଆଯିବ। ତେବେ କେବଳ ଗଣତି ନୁହେଁ, ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ଜରୁରୀ। ସେଇଠି ଗହଣା ରଖି ମରାମତି କରାଯାଇପାରିବନି ତେଣୁ ସେସବୁକୁ ସିଫ୍ଟ ଆବଶ୍ୟକ। ସେସବୁ କେଉଁଠିକୁ ସିଫ୍ଟ ହେବ ଓ କେମିତି ରହିବ ତାହା ପରିଚାଳନା କମିଟି ନିଷ୍ପତ୍ତି ନେବ। ଅଲଗା ଜାଗାକୁ ସିଫ୍ଟ ସହ ସେଇଠି ଗଣତି ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ରଥ।
ଗଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ। ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍ କମିଟି ହେବ। ପୂର୍ବଥର ୭୦ ଦିନରୁ ଅଧିକ ଲାଗିଥିଲା, ଏଥର ଶୀଘ୍ର ସରିବାର ଆଶା ରଖାଯାଇଛି। ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବ। ଗଣତିରେ କିଏ ରହିବେ ସେ ନେଇ ଆମେ କେବଳ ପରାମର୍ଶ ଦେବୁ । ମହାପ୍ରଭୁ ମନ୍ଦିର ଲେଉଟିବା ପୂର୍ବରୁ ଗହଣା ସିଫ୍ଟ ହେବ ବୋଲି ଆଶା ରଖାଯାଇଛି। ଗହଣା ସିଫ୍ଟ ହୋଇ ଭଣ୍ଡାର ମରାମତି ଆରମ୍ଭ ହେବ ବୋଲି ଆଶା କରୁଛୁ ବୋଲି କହିଛନ୍ତି ଜଷ୍ଟିସ ରଥ।
Comments are closed.