Latest Odisha News

ସାହସିକତା ପାଇଁ ସୌର୍ଯ୍ୟଚକ୍ର ପାଇଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା

ନୂଆଦିଲ୍ଲୀ: ସେନା ଅଧିକାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାହସିକତା ପାଇଁ ସୌର୍ଯ୍ୟଚକ୍ର ପାଇଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା । ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ନୌସେନାରେ କାର୍ଯ୍ୟରତ ଅଛନ୍ତି ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା।

ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ଆୟୋଜନ କରାଯାଇଥିଲା। ଏହି ଅବସରରେ ସେନାବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଅଦମ୍ୟ ସାହସ, ଉଲ୍ଲେଖନୀୟ ବୀରତ୍ବ ଏବଂ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ପାଇଁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ୧୦ ଟି କିର୍ତ୍ତୀ ଚକ୍ର, ୨୬ ଟି ସୌର୍ଯ୍ୟଚକ୍ର ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 

 

 

Comments are closed.