Latest Odisha News

BREAKING NEWS

ପ୍ରଥମ ଟି୨୦ରେ ଜିମ୍ବାୱେ ନିକଟରୁ ହାରିଲା ଟିମ ଇଣ୍ଡିଆ

ହରାରେ: ଏଠାରେ ଆରମ୍ଭ ହୋଇଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଶୁଭମନ ଗିଲ ନେତୃତ୍ୱାଧୀନ ଭାରତ ୧୩ ରନରେ ଜିମ୍ବାୱେ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୧୫ ରନ କରିଥିଲା । ବ୍ରାଏନ ବେନେଟ୍ଟ(୨୨), ଡାୟନ ମାୟର୍ସ (୨୩) ଓ କ୍ଲାଇଭ ମାଡାନେ ୨୯ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଶ୍ନୋଇ ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ ସୁନ୍ଦର ୨ଟି ଏବଂ ମୁକେଶ କୁମାର ଓ ଆଭେଶ ଖାଁ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ୧୧୬ ରନର ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ଜିମ୍ବାୱେ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୯.୫ ଓଭରରେ ୧୦୨ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଶୁଭମନ ଗିଲ ୩୧ ଓ ୱାଶିଂଟନ ୨୭ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଜିମ୍ବାୱେ ତରଫରୁ ଟେଣ୍ଡାଇ ଚାଟାରା ଓ ସିକନ୍ଦର ରାଜା ୩ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଜିମ୍ବାୱେ ୧-୦ର ଅଗ୍ରଣୀ ହାସଲ କରିଛି । ସିକନ୍ଦର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚ ମାଧ୍ୟମରେ ଅଭିଷେକ ଶର୍ମା, ଧ୍ରୁବ ଜୁରେଲ ଓ ରିୟାନ ପରାଗ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟର ଆରମ୍ଭ କରିଛନ୍ତି ।

Comments are closed.