କ୍ୟୋଟୋ: ଜାପାନର କ୍ୟୋଟୋ ଠାରେ ଆୟୋଜିତ ହୋଇଥିବା ‘କୋକୋକା ଓପନ ଡେ ୨୦୧୯’ର ଉଦଯାପନୀ ଦିନରେ ଓଡ଼ିଶା ପୁରୀର ଦୁଇ ଓସ୍ତାଦ ସୀତାର ବାଦକ ସତ୍ୟବାନ ସେଠୀ ଓ ତବଲା ବାଦକ ଲିଙ୍ଗରାଜ ଦାସ ନିଜ ବାଦ୍ୟର ଯଦୁଗରିରେ ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ।
ଜାପାନର ପୂର୍ବବର୍ତ୍ତୀ ରାଜଧାନୀଠାରେ ଏହି ଉତ୍ସବକୁ ଦୀର୍ଘଦିନ ହେବ ପାଳନ କରାଯାଇ ଆସୁଥିବା ବେଳେ ଏହ ଜାପାନର ସବୁଠୁ ପ୍ରଶଂସିତ ଅନ୍ତରାଷ୍ଟ୍ରୀୟ ଉତ୍ସବ ଭାବେ ଜଣାଯାଏ ।
ତେବେ ଏହି ଉତ୍ସବରେ ନିଜ କଳାର ଯାଦୁଗରି ଦେଖାଇବା ପାଇଁ ଓଡ଼ିଶାର ଏହି ଦୁଇ ସଙ୍ଗୀତକାରଙ୍କୁ ଚନ୍ଦ୍ରଶେଖର ଏକାଡେମୀ, କ୍ୟୋଟୋ ଓ ଜାପାନ-ଭାରତ ମୈତ୍ରୀ କେନ୍ଦ୍ର ଦ୍ୱାରା ମିଳିତ ଭାବେ ଆମନ୍ତ୍ରିତ କରାଯାଇଥିଲା।
ଓଡ଼ିଶାର ଏହି ଓସ୍ତାଦ ମାନେ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ନିଜ କଳାର ଯଦୁଗରୀ ଦେଖାଇଥିବା ବେଳେ ଦର୍ଶକଙ୍କ କରତାଳିରେ ସେହି ସ୍ଥାନ ପ୍ରକମ୍ପିତ ହୋଇଥିଲା ।
ଏହି ଉତ୍ସବରେ ବିଶ୍ୱର ଅନ୍ତରାଷ୍ଟ୍ରୀୟ କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ, ନୃତ୍ୟ, ବ୍ୟଞ୍ଜନ, ଆହୁରି ଅନେକ କଳାର ପ୍ରଦର୍ଶନ କରାଯାଇଥାଏ ।
Comments are closed.