Latest Odisha News

BREAKING NEWS

ଅବପାତର ରୂପ ନେବ ଲଘୁଚାପ, ଓଡିଶାରେ ସାମୁଦ୍ରିକ ଝଡ ଆଶଙ୍କା !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଉପରେ ସୃଷ୍ଟି ହୋଇଥିବା ଏକ ଘୃର୍ଣ୍ଣିବଳୟ ଧିରେଧିରେ ଲଘୁଚାପରେ ପରିଣତ ହେଉଥିବା ନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଏହି ଘୃର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପାଖାପାଖି ନଭେମ୍ବର ୭ ତାରିଖ ତଥା ଆଗାମୀ ୭୨ ଘଣ୍ଟା ମଧ୍ୟରେ ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି, ଏହି ଡିପ୍ରେସନର ଗତିପଥ ତଥା କେଉଁ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ, ସେନେଇ ସଠିକ୍ ନିର୍ଦ୍ଧାରଣ କରିବା ଲାଗି ଆମକୁ ପାଖାପାଖି ୨ରୁ ୩ ଦିନ ଅପେକ୍ଷା କରିବାକୁ ପଡିବ । ଏହାବ୍ୟତିତ ନଭେମ୍ବର ୭ ତାରିଖ ବେଳକୁ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଜଳବାୟୁର ପରିବର୍ତ୍ତନ ହେବା ସଙ୍ଗେସଙ୍ଗେ ବର୍ଷାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଅକ୍ଟୋବର ୫ ତାରିଖ ବେଳକୁ ମତ୍ସଜୀବୀମାନେ ଗଭୀର ସମୁଦ୍ର ମଧ୍ୟରୁ ଫେରିଆସିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.