Latest Odisha News

BREAKING NEWS

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ପୁରୀ: ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ। ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ। ସିଂହଦ୍ବାରଠୁ କିଛି ବାଟ ଦୂରରେ ଅଟକିଛି ନନ୍ଦିଘୋଷ।

୫ ଦଶନ୍ଧି ପରେ ଏଥର ଏକାଦିନେ ରଥଯାତ୍ରା, ନବଯୌବନ, ନେତୋତ୍ସବ ହୋଇଛି। ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ରଥ ଟଣାଯାଇଥିବା ବେଳେ, ଆଜି ଗୁଣ୍ଡିଚା ଯାତ୍ରା ଅଭିମୁଖେ ଯାତ୍ରା କରିବେ ୩ ରଥ। ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନେଇ ଜନ୍ମବେଦୀକୁ କରିବେ ଯାତ୍ରା । ଏନେଇ ପୁରୀରେ ଆଗେଇ ଚାଲିଛି ପ୍ରସ୍ତୁତି। ପ୍ରଥମେ ରଥ ଉପରେ ନୀତିକାନ୍ତି କରାଯିବା ପରେ ରଥଟଣା ଆରମ୍ଭ ହେବ।

ଚଳିତ ଥର ବିରଳ ହୋଇଛି ରଥଯାତ୍ରା। ଚଳିତ ରଥଯାତ୍ରାରେ ୧୫ ଦିନ ବଦଳରେ ୧୩ ଦିନିଆ ଅଣସର ପରେ ଗତକାଲି ଗୋଟିଏ ଦିନରେ ଶ୍ରୀଜିଉମାନଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଏଣୁ ନୀତିକାନ୍ତି ଅଧିକ କାରଣରୁ ଦୁଇଦିନ ରଥ ଟଣା ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା।

Comments are closed.