Latest Odisha News

BREAKING NEWS

ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ: ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରା ଓ କାଳିଆ ସାଆନ୍ତ

ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ବଳ ଭକ୍ତ । ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରା ଓ କାଳିଆ ସାଆନ୍ତ। ମଝିରେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦେବଦଳନ ରଥ। ଆଉ ଶେଷରେ ଆସୁଛନ୍ତି କାଳିଆ ସାଆଙ୍କ ନନ୍ଦିଘୋଷ ରଥ। ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡା। ୩ ରଥକୁ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ। ଜନ ସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ। ଆଜି ପୁଣି ଏକ ହୋଇଛନ୍ତି ରଥ, ପଥ, ଜଗନ୍ନାଥ ।

ଗତକାଲି ଦୁଇ ଘଣ୍ଟା ଆଗରୁ ପହଣ୍ଡି ଓ ଅନ୍ୟାନ୍ୟ ନୀତି ବି ଶେଷ ହୋଇ ସାରିଥିଲା। ଏଣୁ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହେବା ପରେ ସଅଳ ରଥଟଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଅଳ ନୀତିକାନ୍ତି ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ତିନି ରଥ ଅଳ୍ପ ବାଟ ଗଡ଼ି ଅଟକିଥିଲେ। ଗତକାଲି ପୂର୍ବାହ୍ଣ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହୋଇଥିଲା। ସେହିପରି ଗତରାଲି ୪ଟା ୫୫ରେ ରଥଟଣା ଆରମ୍ଭ ହୋଇ ୬ଟା ୪୫ରେ ଶେଷ ହୋଇଥିଲା। ରାତି ହୋଇଯିବାରୁ ତିନି ରଥ ଅଳ୍ପବାଟରେ ଅଟକିଥିଲେ। ଆଜି ପୁଣି ରଥଟଣା ଆରମ୍ଭ ହୋଇଛି।

 

Comments are closed.