Latest Odisha News

ରଣବୀର, ମାଧବନ, ସଞ୍ଜୟଙ୍କ ପରେ ଧୂରନ୍ଧରରେ ସାମିଲ ହେଲେ ଅକ୍ଷୟ

ମୁମ୍ବାଇ: ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଆଦିତ୍ୟ ଧର ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରରେ ବ୍ୟସ୍ତ ଅଛନ୍ତି । ରଣବୀର ସିଂ, ଆର.ମାଧବନ, ସଞ୍ଜୟ ଦତଙ୍କ ପରେ ଏବେ ଅକ୍ଷୟ ଖାନ୍ନାଙ୍କୁ ଏଥିରେ ସାମିଲ କରାଯାଇଛି । ଅକ୍ଷୟ କେଉଁ ଭୂମିକା କରିବେ ତାହା ସ୍ପଷ୍ଟ ହୋଇନି । ରିପୋର୍ଟ ଅନୁସାରେ ଏହା ଏକ ଗୋଇନ୍ଦା ଭିତିକ ଫିଲ୍ମ । ଆଦିତ୍ୟ ତାଙ୍କ ଭାଇ ଲୋକେଶ ଧରଙ୍କ ସହ ମିଳିତ ଭାବେ ବି୬୨ ବ୍ୟାନର ଅଧିନରେ ଏହାକୁ ନିର୍ମାଣ କରୁଛନ୍ତି । ବିଦେଶରେ ଏହାର ଅଧିକାଂଶ ଶୁଟିଂ କରାଯିବ । ଦର୍ଶକଙ୍କୁ ଏକ ନୂତନ ରୋମାଂଚ ଯୋଗାଇବା ପାଇଁ ଆଦିତ୍ୟ ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି ।

ନିକଟରେ ରିଲିଜ ହୋଇଥିବା ଦୃଶ୍ୟମ ୨ରେ ମଧ୍ୟ ଅକ୍ଷୟଙ୍କ ଭୂମିକାଙ୍କୁ ପ୍ରଶଂସକମାନେ ବେଶ ପସନ୍ଦ କରିଥିଲେ । ଭିକ୍କି କୌଶଲ ଅଭିନୀତ ଉରୀ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଚଳିତ ବର୍ଷ ଆର୍ଟିକିଲ ୩୭୦ ସେମାନଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ଥିଲା । ଏଥିରେ ତାଙ୍କ ପତ୍ନୀ ୟାମୀ ଗୌତମ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହା ମଧ୍ୟ ଭଲ ବ୍ୟବସାୟ କରିଥିଲା ।

Comments are closed.