Latest Odisha News

BREAKING NEWS

ହାଥରସ୍‌ ଟ୍ରାଜେଡି: ରିପୋର୍ଟ ଦାଖଲ କଲା ଏସଆଇଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍‌ ଘଟଣାରେ ରିପୋର୍ଟ ଦାଖଲ କଲା ଏସଆଇଟି। ରିପୋର୍ଟରେ ସତ୍‌ସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ କରିଛି ଏସଆଇଟି। ଅନୁମତିଠୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ଏବଂ ସତ୍‌ସଙ୍ଗ ସ୍ଥଳରେ ସଠିକ ବ୍ୟବସ୍ଥା କରାଯାଇନଥିବା ରିପୋର୍ଟରେ ଉଲ୍ଲେଖ କରିଛି ଏସଆଇଟି।

ସୂଚନା ଅନୁସାରେ, ଗତ ୨ ତାରିଖରେ ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ ଦଳଚକଟା ସ୍ଥିତି ଉପୁଜିଥିଲା। ବର୍ତ୍ତମାନ ସୁଦ୍ଧା ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ପରିବାର ନଷ୍ଟ ହୋଇଯାଇଥିଲା ।

ମୃତକଙ୍କ ବାଦ୍ ଦେଲେ ଅନେକ ଲୋକ ଆହତ ହୋଇ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର । ଏହି ଘଟଣାର ତଦନ୍ତ ଭାର ଏସଆଇଟିକୁ ଦେଇଛନ୍ତି ସରକାର। ଏବେ ଏହି ମାମଲାରେ ପୋଲିସ ୨୦ ଜଣ ସେବକଙ୍କୁ ଗିରଫ କରିଛି। ଏବେ ସେମାନଙ୍କୁ ପଚରା ଉଚରା କରାଯାଉଛି।ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି।

 

Comments are closed.