Latest Odisha News

ଭାରତର ଶେଷ ଗାଁ, ଯେଉଁଠି ରହିଛି ଦ୍ରୌପଦୀ ମନ୍ଦିର

ନୂଆଦିଲ୍ଲୀ: ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ। ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ। ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ ଅଥବା ଭ୍ରମଣର ସ୍ୱତନ୍ତ୍ର ମଜା ପାଇଁ ହେଉ ବହୁ ଲୋକେ କେତେକ ଗାଁ ଅଞ୍ଚଳକୁ ବୁଲିବାକୁ ଯାଇଥିବେ। ଆଜି ଏପରି ଏକ ଗାଁ ବିଷୟରେ ଜାଣନ୍ତୁ ଯାହା ଭାରତର ଶେଷ ଗାଁ ଭାବେ ପରିଚିତ।

ଭାରତ ଓ ଚୀନ ସୀମାରେ ରହିଛି ଭାରତର ଶେଷ ଗାଁ ‘ମାନା’। ଉତ୍ତରାଖଣ୍ଡ ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ। ଏହି ଗାଁ ପରଠୁ ଆରମ୍ଭ ହୋଇଯାଏ ଚୀନ ସୀମା। ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଗାଁ କୌଣସି ପର୍ଯ୍ୟଟନ ସ୍ଥଳୀଠାରୁ କମ୍ ନୁହେଁ। କୁହାଯାଏ ଏହି ଗାଁ ମହାଭାରତ ସମୟରୁ ଏଠାରେ ରହିଆସିଛି ଏବଂ ଏହାର ପୌରାଣିକ ନାମ ହେଉଛି ମଣିଭଦ୍ର।

ବଦ୍ରିନାଥଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ବଦ୍ରିନାଥ ଖୋଲା ଥିବା ସମୟରେ ଲୋକଗହଳି ଦେଖାଯାଏ। ଏଠାରେ ରହିଛି ଅନେକ ପୌରାଣିକ ଏବଂ ଦର୍ଶନୀୟ ସ୍ଥାନ ଯେପରିକି ଶ୍ରୀ ଗଣେଷ ଗୁମ୍ଫା, ଶ୍ରୀ ବେଦ ବ୍ୟାସଙ୍କ ଗୁମ୍ଫା, ଭୀମ ପୁଲ, ଭାରତ-ଚୀନ ସୀମା, ହିମାଳୟ, ପ୍ରାକୃତିକ କୁଣ୍ଡ ଇତ୍ୟାଦି।ବହୁ ସମୟରି ଏଠାରେ ଏକ ମନ୍ଦିର ରହିଛି ଯାହା ସେଠାକାର ରାଓ୍ୱତ ଜାତିର ବୋଲି କୁହାଯାଏ। ବାଲା ତ୍ରିପୁର ସୁନ୍ଦରୀଙ୍କୁ ସମର୍ପିତ ଏହି ମନ୍ଦିର ଦ୍ରୌପଦୀ ମନ୍ଦିର ଭାବେ ଜଣାସୁଣା।

Comments are closed.