Latest Odisha News

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବଦ୍ରିନାଥ ରାସ୍ତାରେ ଭୂସ୍ଖଳନ

ଡେରାଡୁନ: ଉତ୍ତରାଖଣ୍ଡ ବଦ୍ରିନାଥରେ ଭୂସ୍ଖଳନ । ପାତାଳଗଙ୍ଗା ନିକଟ ଲଙ୍ଗସୀ ଟନେଲ ନିକଟରେ ଭୂସ୍ଖଳନ। ପ୍ରବଳ ବର୍ଷା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଜାତୀୟ ରାଜପଥ ଅବରୋଧ ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ। ଯୋଶୀମଠ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି । ସେପଟେ ରାସ୍ତାଉପରେ ବିରାଟକାୟ ପଥର ଥିବାରୁ ଘଣ୍ଟାଘଣ୍ଟା ଧରି ଅଟକି ରହିଛି ଶହ ଶହ ଗାଡି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଆଗକୁ ଆହୁରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ ।

Comments are closed.