Latest Odisha News

ଇଏ କେମିତିକା ମୃତ୍ୟୁ!, ଗୀତ ଗାଉ ଗାଉ ଟଳିପଡିଲେ ଏଡିଏମ

ପାରେଳାଖେମୁଣ୍ଡି: ଷ୍ଟେଜ୍ ଉପରେ ଗୀତ ଗାଉଥିଲେ । ହଠାତ୍ ଚାଲିଗଲା ଜୀବନ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ପାରେଳାଖେମୁଣ୍ଡିରେ ।

ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି ପଡିଥିଲେ ବୀରେନ୍ଦ୍ର । ଏହାପରେ ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠି ଏଡିଏମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସୂଚନାଯୋଗ୍ୟ, ବୁଧବାର ରାତିରେ କାର୍ଯ୍ୟାଳାୟ ପକ୍ଷରୁ ପାରେଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସରେ ରାତ୍ରିଭୋଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୀତ ଗାଉଥିଲେ ଏଡିଏମ ବୀରେନ୍ଦ୍ର ଦାସ । ହେଲେ ଭଜନ ଗାଇଲା ବେଳେ ହଠାତ୍ ଷ୍ଟେଜରେ ଟଳି ପଡିଥିଲେ । ସେଠୁ ପ୍ରଥମେ ତାଙ୍କୁ ପାରେଳାଖେମୁଣ୍ଡି ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କ ଅବସ୍ଥା ଦେଖି ତାଙ୍କୁ ଏମକେସିଜି ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ବର୍ତ୍ତମାନ ଯେମିତି ଅଚାନକ ମୃତ୍ୟୁ ଟ୍ରେଣ୍ଡ କରୁଛି । ସୋସିଆଲ ମିଡିଆରେ ପ୍ରତିଦିନ କିଛି କିଛି ଅଚାନକ ମୃତ୍ୟୁ ଭିଡିଓ ଭାଇରାଲ ହେବାରେ ଲାଗୁଛି । ଯାହା ଦେଖିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହଠାତ୍ ଉଙ୍କି ମାରେ ମୃତ୍ୟୁ ଏମିତି ବି ଆସେ?

Comments are closed.