Latest Odisha News

BREAKING NEWS

ପୁଣି ତେଜିଲାଣି ମାଓ ବର୍ବରତା, ଯୁବକଙ୍କୁ ଡାକିନେଇ ହତ୍ୟା

ସୁକୁମା: ପୁଣି ତେଜିଲାଣି ମାଓ ସମସ୍ୟା । ବିଗତ କିଛି ଦିନ ହେବ ମାଓ ପ୍ରବଣ ଅଞ୍ଚଳରେ ମାଓ କାଣ୍ଡରୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ, ଏବେ ପୁଣି ମୁଣ୍ଡ ଟେକିଲେଣି ଆତଙ୍କୀ ।

ଗତକାଲି ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ । ପୁଣି ନକ୍ସଲଙ୍କ ବର୍ବରକାଣ୍ଡ ସୁକୁମାରେ ପରିଲକ୍ଷିତ ହୋଇଛି ।  ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ସେପଟେ ୨ଜଣ ଯୁବକଙ୍କୁ ନକ୍ସଲମାନେ ନିର୍ଧୂମ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଛି। ତେବେ ମୃତ ଯୁବକ ଜଣଙ୍କ ହେଲେ ମାଣ୍ଡବି ରାଜାରାବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କିଛି ସଶସ୍ତ୍ର ନକ୍ସଲ ସୁକୁମା ଅଞ୍ଚଳରେ ପଶି ମାଣ୍ଡବି ଓ ୨ ଯୁବକଙ୍କୁ ଗାଁରୁ ଡାକି ନେଇଥିଲେ। ପରେ ପ୍ରଜାକୋର୍ଟ କରି ନକ୍ସଲମାନେ ମାଣ୍ଡବିଙ୍କୁ ହତ୍ୟା କରିଥିବା ବେଳେ ୨ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ଯାହା ଖବର ପାଇବା ବରେ ଏନେଇ ଅଧିକ ତଦନ୍ତ ଜାରି କରିଛି ପୋଲିସ୍।

ସେପଟେ ଜମ୍ମୁରେ ବି ନିଜର ଆଧିପତ୍ୟ ଜାହିର କଲେଣି ଆତଙ୍କୀ । ଦିନ ଦ୍ବିପହରେ ସେନାଙ୍କ ଉପରକୁ ବୋମା ମାଡ କରୁଛନ୍ତି । ତା ଉପରେ ପୁଣି ବର୍ଷା ଦିନ ହୋଇଥିବାରୁ ବର୍ଷାରେ ଚାରିଆଡେ ସଫା ନଧାଖାଯାଉଥିବାରୁ ଏହାର ଫାଇଦା ଉଠାଇ ବେଶୀ ଉତ୍ପାତ ହେଉଛନ୍ତି ଆତଙ୍କୀ । ଯାହାର କଡା ଜବାବ ଦେବ ଭାରତ ।

Comments are closed.