Latest Odisha News

ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜରେ ଅଭୀପ୍ସାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର: ହାଇଦ୍ରାବାଦର ସାନିଆ ମିର୍ଜା ଟେନିଏ ଏକାଡେମୀରେ ଖେଳା ଯାଉଥିବା ୧୬ ବର୍ଷରୁ କମ ଆଇଟା ଜାତୀୟ ସିରିଜରେ ଓଡିଶାର ଅଭୀପ୍ସା ଦେହୁରୀ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ସେ ଏହି ସିରିଜରେ ୨ଟି ଟାଇଟଲ ହାସଲ କରିଛନ୍ତି । ସେ ବାଳିକା ସିଙ୍ଗଲ୍ସ ଓ ଡବଲ୍ସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭୂବନେଶ୍ୱରର ଅଭୀପ୍ସା ସିଙ୍ଗଲ୍ସରେ ତାମିଲନାଡୁର ବାୱେଶ୍ରୀ ଏଏସଆରଙ୍କୁ ୭-୬, ୦-୬ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସେହିପରି ତେଲେଙ୍ଗାନାର ଅଭ୍ୟକ୍ତା ରାୟଭାରାପୁଙ୍କ ସହ ସାଥୀ ହୋଇ ଡବଲ୍ସରେ ତେଲେଙ୍ଗାନାର ଅଦିତି ପାଟୁରି ଓ ତାମିଲନାଡୁର ତେଜସ୍ୱୀ ମାନ୍ନେନୀଙ୍କୁ ୬-୨, ୬୦୪ ସେଟରେ ପରାସ୍ତ କରିଥିଲେ ।

ପଟିଆରେ ଥିବା ଫରହାନ ଅଲୀ ଟେନିସ ଏକାଡେମୀରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଏହା ତାଙ୍କ କ୍ୟାରିୟରର ପ୍ରଥମ ଜାତୀୟ ସିରିଜ ଟାଇଟଲ । ତାଙ୍କ ପ୍ରଦର୍ଶନ ନେଇ କୋଚ ଫରହାନ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଜୁନିୟର ଟେନିସରେ ଅଭୀପ୍ସା ବହୁତ ଆଗକୁ ଯିବେ ବୋଲି ସେ କହିଛନ୍ତି ।

Comments are closed.