Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ……

ପୁରୀ: ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଜି ଦିନ ୧ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ସେଥିପାଇଁ ଏହା ପୂର୍ବରୁ ଚାଲିଛି ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ । ବୈଠକରେ ରତ୍ନ ଭଣ୍ଡାର ତାଲା ଖାଲିବା ନେଇ ଚାବି ଉପସ୍ଥାପନା କରାଯିବ । ହେଲେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ । ତାଙ୍କ ପାଖରେ ରତ୍ନଭଣ୍ଡାର ଚାବି ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବସିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକ । ଏଥିରେ ସମସ୍ତ ପ୍ରସ୍ତୁତି ନେଇ ଆଲୋଚନା ହେବା ସହିତ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରାଯିବ ବୋଲି ଏହାର ଅଧ୍ୟକ୍ଷ ଜଷ୍ଟିସ ରଥ କହିଥିଲେ । ହେଲେ ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଚାବି ଉପସ୍ଥାପନା ନେଇ ପଚାରାଯିବାରୁ ତାଙ୍କ ପାଖରେ ଚାବି ନାହିଁ ବୋଲି ସେ ସିଧା ସିଧା କହିଦେଇଥିଲେ । ପ୍ରଶାସନ ଓ କମିଟି ଦ୍ବାରା ଯାହା ବି ନିଷ୍ପତ୍ତି ନିଆଯିବ ତାହା ପାଳନ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ ।

ପରେ ବୈଠକ ପରେ ଯେତେବେଳେ ତାଙ୍କୁ ପଚରାଗଲା ସେ ଏନେଇ ସ୍ପଷ୍ଟିକରଣ ଦେଇ କହିଛନ୍ତି, ଚାବି ଟ୍ରେଜେରୀରେ ଥିଲା । ଟ୍ରେଜେରୀରେ ଥିବା ଚାବି ଅଧିକୃତ ଅଧିକାରୀଙ୍କୁ ହସ୍ତାନ୍ତର କରିଦିଆଯାଇଛି । ରତ୍ନଭଣ୍ଡାର ଖୋଲିବା ସମୟରେ ଅଧିକୃତ ଅଧିକାରୀ ଚାବିକୁ କମିଟି ଆଗରେ ଉପସ୍ଥାପନା କରିବେ । ଏହାପରେ ଧାର୍ଯ୍ୟ ସମୟରେ ରତ୍ନ ଭଣ୍ଡାର ଖୋଲାଯିବ ।

Comments are closed.