Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବା ନେଇ ଖୁସି ବ୍ୟକ୍ତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାରେ । ଦୀର୍ଘ ୫ ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ଧିରେ ଧିରେ ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ସଦସ୍ୟ । ଏହାପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ ବିଷୟରେ ଅବଗତ ହେବେ ଓଡିଶାବାସୀ । ଏହାରି ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ବାଲୁକା ଶିଳ୍ପୀ ତଥା ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବା ମହାପ୍ରଭୁଙ୍କ ଇଚ୍ଛା ବୋଲି ଦର୍ଶାଇଛନ୍ତି ସୁଦର୍ଶନ । ଏହା ଆମ ସମସ୍ତଙ୍କ ପାଇଁ ବଡ ଦିନ । ଏହାସହିତ ସେ ପରିଚାଳନା କମିଟି ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ତେବେ କହିରଖୁଛୁ, ରତ୍ନଭଣ୍ଡାର କୋଲିବା ପ୍ରସଙ୍ଗ ନେଇ ସବୁଠୁ ଅଧିକ ସ୍ବର ଉତ୍ତୋଳନ କରିଥିଲେ ସୁଦର୍ଶନ । ଅନେକ ଥର ରତ୍ନଭଣ୍ଡାର ନଖୋଲିବା ନେଇ ନିଜର ଅସନ୍ତୋଷ ଛାଡିଥିଲେ । ହେଲେ କିଛି ଶୁଣୁନଥିଲେ ସରକାର । ହେଲେ ନୂଆ ସରକାର ଆସିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହାକୁ ନେଇ ସୁଦର୍ଶନ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ ଠିକ୍ ଠିକ୍ ହେଲେ ମହାପ୍ରଭୁଙ୍କ ଅଳଙ୍କାର ଦେଖି ସାରା ଓଡିଶାବାସୀ ଗର୍ବିତ ହେବା ସହ ବିସ୍ମିତ ହୋଇଯିବେ । ଏହା ମହାପ୍ରଭୁଙ୍କ ନୀଳା ଛଡା ଆଉ କିଛି ନୁହେଁ ।

Comments are closed.