Latest Odisha News

BREAKING NEWS

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅଚେତ ହୋଇପଡ଼ିଲେ ପୁରୀ ଏସପି !

ପୁରୀ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ବେହରଣ ଦ୍ୱାର ନିକଟରେ ଅତେତ ହୋଇଥିବା ସୂଚନା ମିଳିଛି। ଏସ୍‌ପି ଅସୁସ୍ଥ ନେଇ ଗଣେଶ ସିଂହାରୀଙ୍କଠାରୁ ସୂଚନା ମିଳିଛି। ଅଚେତ ପରେ ଏସପିଙ୍କୁ ଚିକିତ୍ସା କରିଛନ୍ତି ଡାକ୍ତର।

ରତ୍ନଭଣ୍ଡାର ବାହାରେ ପ୍ରାୟ ୧୦ ମିନିଟ ଧରି ସେ ଅସୁସ୍ଥ ହୋଇପଡ଼ିଥିଲେ। ଟିମ୍‌ରେ ଥିବା ଡା.ସିବିକେ.ମହାନ୍ତି ତାଙ୍କୁ ଚିକିତ୍ସା କରୁଥିବା ଜଣାପଡ଼ିଛି। ତେବେ କ’ଣ ପାଇଁ ସେ ଅସୁସ୍ଥ ହୋଇପଡ଼ିଲେ ସେ ନେଇ କୌଣସି ସୂଚନା ମିଳିନାହିଁ।

ଅନ୍ୟପଟେ ସେବାୟତ ଦେଉଥିବା ସୂଚନା ଆଧାରରେ, ରତ୍ନଭଣ୍ଡାରର ଦ୍ୱିତୀୟ କବାଟ ଖୋଲିବା ପରେ ଅଳନ୍ଧୁ ସଫା କରିବା ପାଇଁ ଭିତରକୁ ଝାଡୁ ଯାଇଥିଲା । ଝାଡୁ ଦ୍ୱାରା ଅଳନ୍ଧୁକୁ ସଫା କରାଯାଉଛି । ଆଉ ଏହାରି ଭିତରେ ପୁରୀ ଏସପି ରତ୍ନଭଣ୍ଡାର ନିକଟରେ ଅଚେତ ହୋଇପଡିଥିଲେ। ବର୍ତ୍ତମାନ ଡାକ୍ତରଙ୍କ ଚିକିତ୍ସା ପରେ ପୁରୀ ଏସପି ପିନାକ ମିଶ୍ର ସୁସ୍ଥ ଅଛନ୍ତି। କିନ୍ତୁ ସେ କାହିଁକି ଅସୁସ୍ଥ ହୋଇପଡିଥିଲେ ସେନେଇ ସେ କୌଣସି ସୂଚନା ଦେଇନାହାଁନ୍ତି।

Comments are closed.