Latest Odisha News

ଅସୁସ୍ଥ ସ୍ବାମୀଙ୍କୁ ପିଠିରେ ବୋହି ହସ୍ପିଟାଲ ନେଲେ ମହିଳା, ଭିଡିଓ ଭାଇରାଲ

ଭିଣ୍ଡ: ଭିଣ୍ଡ ଜିଲ୍ଲା ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଷ୍ଟ୍ରେଚର ନମିଳିବାରୁ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ୱାର୍ଡକୁ ନେଉଥିବାର ନଜର ଆସିଛି।

ସୂଚନାନୁସାରେ, ମହିଳାଙ୍କ ସ୍ୱାମୀଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ସେ ଚାଲିପାରୁନାହାନ୍ତି। ଜିଲ୍ଲା ହସ୍ପିଟାଲରେ ଟ୍ରମା ସେଣ୍ଟରରେ ସ୍ୱାମୀଙ୍କ ଗୋଡ ପ୍ଲାଷ୍ଟର ହେବା ପରେ ପତ୍ନୀ ଷ୍ଟ୍ରେଚର ରୁମକୁ ଆସି ଷ୍ଟ୍ରେଚର ଖୋଜିଥିଲେ। କିନ୍ତୁ ଷ୍ଟ୍ରେଚର ପାଇପାରିନଥିଲେ। ଯାହା ପରେ ସେ ସ୍ବାମୀଙ୍କୁ ପିଠିରେ ବୋହି ନେଇଥିଲେ।

ସମୟରେ ଡାକ୍ତରଖାନାରେ ଉପସ୍ଥିତ ବ୍ୟକ୍ତି ଏହି ଦୃଶ୍ୟର ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଶାଢ଼ି ପିନ୍ଧି ଓଢ଼ଣୀ ଦେଇ ମହିଳା ଜଣକ ସ୍ବାମୀଙ୍କ ପ୍ରତି କରୁଥିବା କର୍ତ୍ତବ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

 

 

Comments are closed.