Latest Odisha News

BREAKING NEWS

୩୭ ବର୍ଷ ପରେ ପୂନର୍ବାର ଆଉ ଏକ ସତୀ କେସ

ରାୟଗଡ: ୪ ସେପ୍ଟମ୍ବର ୧୯୮୭ରେ ରାଜସ୍ଥାନ ସୀକର ଜିଲ୍ଲାରେ ପତି ମାଲ ସିଂଙ୍କ ଦେହାନ୍ତ ପରେ ପତ୍ନୀ ରୂପ କଓଁର ଚିତାକୁ ଡେଇଁ ସତୀ ହୋଇ ଯାଇଥିଲେ । ସେ ସମୟରେ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ଏହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଅନ୍ଧବିଶ୍ୱାସ ଏବେ ବି ବଂଚି ରହିଥିବା ନେଇ ବୁଦ୍ଧିଜୀବୀମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଦୀର୍ଘ ୩୭ ବର୍ଷ ପରେ ଏବେ ଏ ଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ ଚିଟକାକନୀ ଗ୍ରାମର ଜୟଦେବ ଗୁପ୍ତା ତାଙ୍କ ପରିବାର ସହ ରହୁଥିଲେ । ଦୀର୍ଘଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ୧୪ ଜୁଲାଇରେ ଜୟଦେବଙ୍କ ମୃତ୍ୟୁ ଘଟିଥିଲା । ପରିବାର ସଦସ୍ୟ ଓ ଗ୍ରାମବାସୀ ସନ୍ଧ୍ୟା ସମୟରେ ତାଙ୍କ ଅନ୍ତିମ ସଂସ୍କାର କ୍ରିୟା ଶେଷ କରି ଘରକୁ ଫେରିଥିଲେ । ରାତି ୧୧ଟା ପରେ ତାଙ୍କ ପତ୍ନୀଙ୍କ ଖୋଜଖବର ମିଳି ନ ଥିଲା ।

ବହୁତ ଖୋଜିବା ପରେ ସେମାନେ ଜୟଦେବଙ୍କ ଚିତା ପାଖଷର ତାଙ୍କ ଶାଢ଼ୀ ଓ ଚପଲକୁ ଚିହ୍ନଟ କରିଥିଲେ । ଏହା ପରେ ଗୁବାଲ ବାଇ ସତୀ ହୋଇଗଲେ ବୋଲି ପରିବାର ସଦସ୍ୟ କହିଥିଲେ । କେତେକ ଗ୍ରାମବାସୀଙ୍କ କହିବା ଅନୁସାରେ ରାତିରେ ହଠାତ ଚିତା ଜୋର ଜଳି ଉଠିଥିଲା । ସେ ସମୟରେ ସେମାନେ ଏହାକୁ ବିଶେଷ ଧ୍ୟାନ ଦେଇ ନ ଥିଲେ । ଗୁବାଲ ବାଇ ନ ମିିଳିବା ପରେ ସେ ଚିତାକୁ ଡେଇଁ ପଡିଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପଂହଚି ଆବଶ୍ୟକ ଯାଂଚ ପ୍ରକ୍ରିୟା ଆରମ୍ଭ କରିଛି । ରିପୋର୍ଟ ଆସିବା ପରେ ଯାହା କି ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.