Latest Odisha News

ଖୁବଶୀଘ୍ର ଏସସିବି ମେଡିକାଲ କଲେଜ ଏମ୍ସ ପ୍ଲସ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ିତୋଳାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଆଜି ସନ୍ଧ୍ୟାରେ ଏସସିବିର ଛାତ୍ରଛାତ୍ରୀ, ଅଧିକାରୀ ଓ ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଗୁଡିକର ହିତାଧିକାରୀଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଏସସିବିରେ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରାଯିବ ବୋଲି ନବୀନ କହିଛନ୍ତି ।

ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହ ଏସସିବିକୁ ତୁଳନା କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଏସସିବିରେ ଏହି ଉନ୍ନୟନ କାର୍ଯ୍ୟ ପାଇଁ ୧୦୦୦ କୋଟିର ନେବେଶ କରାଯିବ । ଏବଂ ପରିବର୍ତ୍ତନ ଏପରି ହେବ ଯେ, ଚିକିତ୍ସା ପାଇଁ କୌଣସି ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ଚିକିତ୍ସା କ୍ଷେତ୍ରରେ ଏସସିବି ବର୍ତ୍ତମାନ ଦେଶର ୧୪ତମ ସ୍ଥାନରେ ଥିବା ବେଳେ ଏହି ପରିବର୍ତ୍ତନ ପରର ଏହା ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସାଳୟ ମଧ୍ୟରେ ସ୍ଥାନ ପାଇବ ବୋଲି ନବୀନ ଭରସା ରଖିଛନ୍ତି ।

Comments are closed.