Latest Odisha News

ରାଜଧାନୀରୁ ନକଲି ସସ୍ କାରଖାନା ଠାବ

ଭୁବନେଶ୍ଵର: ରାଜଧାନୀରୁ ନକଲି ସସ୍ କାରଖାନା ଠାବ । ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ ଏକ ନକଲି ସସ୍ କାରଖାନାରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । କାରଖାନାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ କରିଛି ପୋଲିସ । ସସ୍ ଉପରେ ଅମ୍ରିତା କମ୍ପାନୀର ବୋଲି ଷ୍ଟିକର ମରା ଯାଇଛି କିନ୍ତୁ ସେଥିରେ କେବେ ତିଆରି ହୋଇଛି ଏବଂ ଏକ୍ସପାୟରୀ ତାରିଖ ଆଦି ସମ୍ପର୍କରେ କୌଣସି ସୂଚନା ଉଲ୍ଲେଖ ନାହିଁ ।

ସୂଚନା ଅନୁସାରେ, ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଥିବା ଏକ ନକଲି ସସ୍ କାରଖାନାରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ, ରଙ୍ଗ, କଞ୍ଚାମାଲ, ସସ୍ ତିଆରି ମେସିନ ଆଦି ଜବତ କରିଛି ପୋଲିସ । ତେବେ ନାଳ ପାଣିରେ ଏହି ସସ୍ ସବୁ ତିଆରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହି ଅଭିଯୋଗ ଆଧାରରେ ଆଜି ପୋଲିସ କାରଖାନାରେ ଚଢ଼ାଉ କରିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ । ଫାକ୍ଟ୍ରି ସିଲ୍ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଖୁବ ଶୀଘ୍ର ଫାକ୍ଟ୍ରି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତିକ ସିଂ ।

Comments are closed.