Latest Odisha News

ଅଜମେର-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ହଣ୍ଡପା ଷ୍ଟେସନ୍ ନିକଟରେ ଗୁୁରୁବାର ଦିନ ଅଜମେର-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଟ୍ରେନଟି ପୁରୀ ଅଭିମୁଖେ ଗସ୍ତ କରିଥିବା ବେଳେ ହଣ୍ଡପା ଷ୍ଟେସନ୍ ନିକଟରେ କୌଣସି କାରଣବଶତଃ ଏଥିରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ଟ୍ରେନକୁ ଷ୍ଟେସନରେ ଅଟକା ଯାଇ ନିଆଁ ଲିଭାଯାଇଥିଲା ।

ପରବର୍ତ୍ତୀ ସମୟରେ ଅନ୍ୟଏକ ଇଞ୍ଜିନ ସହାୟତାରେ ଟ୍ରେନ୍ ଗନ୍ତବ୍ୟସ୍ଥଳୀକୁ ଗତି କରିଥିôବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାନଡିନାହିଁ ।

Leave A Reply

Your email address will not be published.