Latest Odisha News

BREAKING NEWS

ଜଙ୍ଘରେ ଲେଖିଥିଲେ ୨୨ ଶତ୍ରୁଙ୍କ ନାମ; ଖୋଜିଖୋଜି ବାନ୍ଧୁଛି ପୋଲିସ, ଜାଣନ୍ତୁ ପୂରା କାହାଣୀ… 

ମୁମ୍ବାଇ: ଗୁରୁ ୱାଘମାରେ। ବୋଧହୁଏ ଜାଣିପାରିଥିଲେ ତାଙ୍କୁ ଶତ୍ରୁ ମାନେ ମାରି ଦେବେ ବୋଲି। ସେଥିପାଇଁ ଜଙ୍ଘରେ ଟାଟୁକରି ଲେଖିଥିଲେ ସମସ୍ତ ଶତ୍ରୁଙ୍କ ନାମ। ଯେଉଁ ଟାଟୁ ପୋଲିସକୁ ଖୁବ ସହାୟତା କରୁଛି।

ସୂଚନା ଅନୁଯାୟୀ, ବୁଧବାର ମୁମ୍ବାଇ ସ୍ଥିତ ୱାର୍ଲି ସ୍ପାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ଜଣକ ୪୮ ବର୍ଷୀୟ ଗୁରୁ ୱାଘମାରେ ବୋଲି ଜଣାପଡିଛି।

ତେବେ ଶବ ବ୍ୟବଚ୍ଛେଦ ସମୟରେ ମୃତଦେହ ଶରୀରରେ ୨୨ଜଣଙ୍କ ନାଁ ଟାଟୁ ହୋଇଥିଲା। ଏହି ନାଁ ଆଧାରରେ ହତ୍ୟାକାରୀଙ୍କ ଟେର୍ ପାଇଛି ପୋଲିସ।

ପୋଲିସର କହିବା ଅନୁସାରେ, ଗୁରୁ ୱାଘମାରେ ନିଜକୁ ସୂଚନା ଅଧିକାରୀ ବିଭାଗର ଜଣେ କର୍ମକର୍ତ୍ତା ଦର୍ଶାଇ ସ୍ପା ମାଲିକଙ୍କଠାରୁ ବଟି ଆଦାୟ କରୁଥିଲା। ଯାହାକୁ ନେଇ ସ୍ପା ମାଲିକମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ୱାର୍ଲି ସ୍ପା ମାଲିକ ମଧ୍ଯ ସାମିଲ ଥିଲେ।

ୱାର୍ଲି ସ୍ପା ମାଲିକ ସନ୍ତୋଷ ଶେରେକାର ୱାଘମାରେଙ୍କୁ ରାସ୍ତାରୁ ହଟାଇବାକୁ ମହମ୍ମଦ ଫିରୋଜ ଅନସାରୀଙ୍କୁ ୬ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ। ଅନସାରୀ ମଧ୍ୟ ମୁମ୍ବାଇ ନିକଟସ୍ଥ ନାଲାସୋପାରା ଠାରେ ଏକ ସ୍ପା ଚଳାଉଥିଲେ। ଗତବର୍ଷ ତାଙ୍କ ସ୍ପା ଉପରେ ଚଢାଉ କରି ବନ୍ଦ କରି ଦିଆଯାଇଥିଲା। ଯେଉଁଥିପାଇଁ ସେମାନେ ୱାଘମାରେଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ।

ତେବେ ୱାର୍ଲି ସ୍ପା ମିଲିକଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ଅପରପକ୍ଷେ ଟାଟୁରେ ଥିବା ଅନ୍ୟ ନାମ ଗୁଡିକ ମଧ୍ଯ ତଦନ୍ତ ଘେରକୁ ଆସିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

 

Comments are closed.