କୋଲକାତା: ମୋତେ କେହି ଶିଖାଅନି, ମୁଁ ସାତଥର ସାଂସଦ ଥିଲି। ନିଜେ ସିଷ୍ଟମରୁ କିଛି ଶିଖିବା ଉଚିତ୍। ଏଭଳି କହି ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ବାଂଲାଦେଶରୁ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ନେଇ ମମତା ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଥିଲା ବୈଦେଶିକ ମନ୍ତ୍ରଣାଳୟ। ଯାହା ପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ସେ କହିଛନ୍ତି ଯେ, “ମୁଁ ଫେଡେରାଲ୍ ଗଠନକୁ ବହୁତ ଭଲ ଭାବରେ ଜାଣିଛି। ମୁଁ ସାତଥର ସାଂସଦ ଥିଲି ଏବଂ ମୁଁ ଦୁଇଥର କେନ୍ଦ୍ର ମନ୍ତ୍ରୀ ଥିଲି। ମୁଁ ଅନ୍ୟମାନଙ୍କ ତୁଳନାରେ ବୈଦେଶିକ ନୀତି ଭଲ ଭାବରେ ଜାଣେ। ସେମାନେ ମୋତେ ଶିକ୍ଷା ଦେବା ଉଚିତ୍ ନୁହେଁ; ସେମାନେ ଏହା ବଦଳରେ ସିଷ୍ଟମରୁ କିଛି ଶିଖିବା ଉଚିତ୍”।
Comments are closed.