Latest Odisha News

ପାଠପଢୁଥିଲେ ଛାତ୍ରଛାତ୍ରୀ, ହଠାତ୍ ମାଡି ଆସିଲା ପାଣି, ଚାଲିଗଲା ୩ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସ୍ଵେରେଜ ପାଣିରେ ବୁଡି ୩ ଛାତ୍ର ମୃତ୍ୟୁ । ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ଛାତ୍ର ମାନଙ୍କୁ ଖୋଜାଖୋଜି ଜାରି ରଖିଛି ।

ସୂଚନା ଅନୁସାରେ, ପ୍ରବଳ ବର୍ଷାରେ ଦେଶର ଅଧିକାଂଶ ସ୍ଥାନର ସ୍ଥିତି ବେହାଲ ହୋଇପଡିଛି । ଗତକାଲି ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଥିବା ଲାଇବ୍ରେରୀରେ କିଛି ଛାତ୍ରଛାତ୍ରୀ ବସି ପାଠ ପଢୁଥିବା ବେଳେ ହଠାତ୍ ପାଣି ମାଡି ଆସିଥିଲା । ପାଣିର ସ୍ରିତ ଏତେ ପ୍ରଖର ଥିଲା ପିଲା ମାନେ ନିଜକୁ ସମ୍ଭାଳି ପାରିନଥିଲେ । ତେବେ କୌଣସି ଡ୍ରେନ କିମ୍ବା ସ୍ଵେରେଜ ଲାଇନ ଫାଟିଯିବାରୁ ଏପରି ପରିସ୍ଥିତି ଉପୁଜିଥିବା କହିଛନ୍ତି ସ୍ଥାନୀୟ ଲୋକ । ବେସମେଣ୍ଟରେ ପାଖାପାଖି ୧୨ଫୁତର ପାଣି ପ୍ରବାହିତ ହେଉଥିଲା । ଫଳରେ ଅନେକ ଛାତ୍ର ପାଣିର ସ୍ରୋତରେ ଭାଷିଯାଇଥିଲେ ।

ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏନଡିଆରଏଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ବେସମେଣ୍ଟରୁ ପାଣି ନିଷ୍କାସନ କରିବା ସହିତ ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଟିମ୍ । ତେବେ କୋଚିଂ ସେଣ୍ଟର ମାଲିକଙ୍କ କହିବା ଅନୁସାରେ ପାଣି ଆସିବା ପୂର୍ବରୁ ପ୍ରାୟ ଲାଇବ୍ରେରୀରେ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ସେଥିମଧ୍ୟରୁ ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କୁ ସୁକ୍ଷିତ ଉଦ୍ଧାର କରାଯାଇଛି । ତେବେ ଏବେବି କିଛି ଛାତ୍ର ଛାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ସେମାନଙ୍କୁ ଖୋଜିବା ପାଇଁ ଏନଡିଆରଏଫ ଟିମର କାର୍ଯ୍ୟ ଜାରି ରହିଛି ।

Comments are closed.