Latest Odisha News

BREAKING NEWS

କାହିଁକି ଅଲିମ୍ପିକ୍ସରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ?

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ। ଡ୍ରେସ ଡିଜାଇନ କରିଥିବା ଡିଜାଇନର ତରୁଣ ତେହଲାନୀଙ୍କୁ ସୋସିଆଲ୍ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଉଛି । ଡ୍ରେସ ଡିଜାଇନିଂ ଅଧିକାଂଶ ୟୁଜର୍ସଙ୍କୁ ପସନ୍ଦ ଆସିନଥିବା ବେଳେ ଡ୍ରେସରେ ତରୁଣଙ୍କ ବ୍ରାଣ୍ଡର ଲୋଗୋ ରହିଥିବାକୁ ନେଇ ସମାଲୋଚନା କରାଯାଉଛି । ଏହାଦ୍ବାରା ତରୁଣଙ୍କ କମ୍ପାନୀର ପ୍ରଚାର ହୋଇଥିବା ବେଳେ ମହିଳା ଖେଳାଳି ବେଶ୍ ଖରାପ ଦେଖାଯାଇଥିବା ୟୁଜର୍ସ କହିଛନ୍ତି ।

କାହିଁକି ଡ୍ରେସକୁ ନେଇ ଟ୍ରୋଲିଂ?

ଅଲିମ୍ପିକ୍ସ ଓପନିଂ ସେରିମନି ରାତିରେ ହିଁ ବିବାଦ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଆଥଲେଟଙ୍କ ଡ୍ରେସର ଫଟୋ ଭାଇରାଲ ହେଉଛି । ଅଧିକାଂଶ ୟୁଜର୍ସଙ୍କୁ ଆଥଲେଟଙ୍କ ଡ୍ରେସ ପସନ୍ଦ ଆସିନି । ଏତେ ବଡ ଇଭେଣ୍ଟରେ ଭାରତୀୟ ପରିଧାନକୁ ପ୍ରଦର୍ଶିତ କରିବାର ବଡ଼ ସୁଯୋଗ ରହିଥିଲା । ହେଲେ ଏହାକୁ ହାତଛଡ଼ା କରାଯାଇଛି । ଭାରତୀୟ ସଂସ୍କୃତିର ବିବିଧତା ଏହାର ପରିଚୟ । ଦେଶର ସବୁ ପ୍ରାନ୍ତର ପାରମ୍ପରିକ ପୋଷାକର ରହିଛି ସ୍ବତନ୍ତ୍ରତା । ତେବେ ଭାରତୀୟ ପରିଧାନର ପ୍ରତିନିଧିତ୍ବ ଠିକ୍ ଭାବେ ହୋଇନଥିବା କୁହାଯାଇଛି।  କିଛି ୟୁଜର୍ସ ଡ୍ରେସରେ ଡିଜାଇନର ତରୁଣ ତେହଲାନୀଙ୍କ ଲୋଗୋ ବ୍ୟବହାର କରାଯାଇଥିବା ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରିଛନ୍ତି ।

କ’ଣ କହିଲେ ତରୁଣ ତେହଲାନୀ?

ଖେଳାଳିଙ୍କ ଡ୍ରେସ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜାଇନର ତରୁଣ ତେହଲାନୀ । ଖେଳାଳିଙ୍କ ପାଇଁ ଆରାମଦାୟକ ପୋଷାକ ପ୍ରସ୍ତୁତ କରିବା ତାଙ୍କ ଲକ୍ଷ୍ୟ ଥିଲା । ଡ୍ରେସକୁ ନେଇ ଆଥଲେଟ୍ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ତେଣୁ ଡ୍ରେସ ଡିଜାଇନିଂକୁ ନେଇ ସେ ଗର୍ବ ଓ ସନ୍ତୋଷ ପ୍ରକାଶ କରିଥିବା ତରୁଣ କହିଛନ୍ତି । ଭାରତ ଭଳି ବଡ ଦେଶରେ ରାୟ ଭିନ୍ନ ଭିନ୍ନ ରହିପାରେ । କାହାକୁ ତାଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଡ୍ରେସ ପସନ୍ଦ ନଆସିଲେ, ସେଭଳି ରାୟକୁ ସେ ସ୍ବାଗତ କରୁଛନ୍ତି । ତେବେ ଦେଶର ପ୍ରକୃତ ପ୍ରତିନିଧିତ୍ବ ତ୍ରିରଙ୍ଗା ଦ୍ବାରା ହୁଏ । ଖେଳାଳିମାନେ ତ୍ରିରଙ୍ଗା ଡିଜାଇନ୍ ପିନ୍ଧିଥିଲେ ବୋଲି ତରୁଣ କହିଛନ୍ତି । ସେହିପରି ଡ୍ରେସରେ ତାଙ୍କର ଲୋଗୋ ନୁହେଁ ବରଂ ବର୍ଡରରେ ଏକ ସିମ୍ବଲ ଲଗାଯାଇଥିଲା । ଏହା ଏତେ ଛୋଟ ଥିଲା ଯେ, ଏହାକୁ ନୋଟିସ କରିପାରିବେନି । ଡ୍ରେସ ଡିଜାଇନିଂରେ ମୁଖ୍ୟତଃ ତ୍ରିରଙ୍ଗାର ବ୍ୟବହାର କରାଯାଇଥିବା ତରୁଣ ତେହଲାନୀ କହିଛନ୍ତି ।

Comments are closed.