Latest Odisha News

BREAKING NEWS

ବିଜେଡିର ୮୦% ଯୋଜନାକୁ ଆପଣେଇଛି ବିଜେପି ସରକାର: ନବୀନ

ବିଜେପି ଗେମ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର: ନବୀନ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର।

ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପରେ ହୋଇଥିବା ବିତର୍କରେ ଅଂଶଗ୍ରହଣ କରି ବିଜେଡି ସଭାପତି ଏଭଳି ଦାବି କରିବା ସହ କହିଛନ୍ତି ଯେ ବଜେଟ୍ ଆବଣ୍ଟନର ୮୦ ପ୍ରତିଶତରୁ ଅଧିକ ଯୋଜନାର ରୂପରେଖ ବିଜେଡି ସରକାର ଦ୍ବାରା ପ୍ରସ୍ତୁତ କରାଯାଇଥିଲା।

ପରିବର୍ତ୍ତନ ଆଣିବେ ବୋଲି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର। ବଜେଟ୍ ଡକ୍ୟୁମେଣ୍ଟ୍ ଗୁଡ଼ିକ ପରେ ମୁଁ ‘ପରିବର୍ତ୍ତନ ଦେଖୁଛି। ଆଉ ଏହି ସରକାର ୪୫ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ବିଜେପି କହୁଥିଲା ତାଙ୍କର ସରକାର ଗେମ୍ ଚେଞ୍ଜର ବୋଲି। କିନ୍ତୁ ଦୁର୍ଭାଗ୍ଯ ବଶତଃ ଏହା ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ କରିବାରେ ହିଁ ରହିଗଲା। ବଜେଟରେ କହିଥିବା ୮୦% ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି ୨୦% ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ଉପରେ କରିଛନ୍ତି।

Comments are closed.