Latest Odisha News

BREAKING NEWS

ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ; କାହିଁକି ଏଭଳି କହିଲେ ବିରୋଧୀ

ନୂଆଦିଲ୍ଲୀ: ଝାଡଖଣ୍ଡରେ ମଙ୍ଗଳବାର ଦିନ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରେଳ ସୁରକ୍ଷାକୁ ନେଇ ସରକାରଙ୍କ ଟ୍ରାକ ରେକର୍ଡ ଉପରେ କହିଛନ୍ତି ଯେ, ଏହି ସରକାର ଟ୍ରେନ୍ ଦୁର୍ଘଟଣାରେ ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି। ପେପର ଲିକ୍ ରେ ସେମାନେ ରେକର୍ଡ କରିଥିଲା ବେଳେ ଏବେ ରେଳ ଦୁର୍ଘଟଣାରେ କରିବାକୁ ଚାହୁଁଛନ୍ତି। ଲୋକମାନେ ଅକାଳରେ ଜୀବନ ହରାଉଛନ୍ତି। ତେବେ ଭବିଷ୍ୟତରେ ଏପରି ଦୁର୍ଘଟଣା ନଘଟିବା ପାଇଁ ଏ ସରକାର କିଛି କରିବା ଦରକାର।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇବା ସହ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଗମ୍ଭୀର ଭାବରେ ପଚାରୁଛି: ଏହି ଶାସନ କି? ପ୍ରାୟ ପ୍ରତି ସପ୍ତାହରେ ଏଭଳି ଘଟଣା ଘଟୁଛି, ରେଳ ଟ୍ରାକରେ ଜୀବନ ଯାଉଛି। ଆମେ କେତେ ଦିନ ପର୍ଯ୍ୟନ୍ତ ଏହାକୁ ସହ୍ୟ କରିବୁ? ରେଳ ଦୁର୍ଘଟଣାକୁ ରୋକିବା ପାଇଁ ସରକାର କିଛି ବଡ଼ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ମମତା ବାନାର୍ଜୀ କହିଛନ୍ତି।

ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷବ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢି ଚାଲିଛି।  ସରକାର କେବଳ କ୍ଷତିପୂରଣ ଘୋଷଣା କରିଦେବେ, ତଦନ୍ତର ପ୍ରତିଶୃତି ଦେବେ, ତା ପରେ ଅନ୍ୟ ଏକ PR ଇନଷ୍ଟାଗ୍ରାମ ରିଲକୁ ଚାଲିଯିବେ। ରେଳ ମନ୍ତ୍ରୀଙ୍କୁ କଟାକ୍ଷ କରି ‘ରିଲ୍ ମିନିଷ୍ଟର’ କହିଛନ୍ତି। ସେହିପରି ଟ୍ରେନରେ ଅତ୍ୟଧିକ ଭିଡକୁ ନେଇ ସେ କହିଛନ୍ତି ଯେ ଲୋକମାନେ ଶୌଚାଳୟରେ ଯାତ୍ରା କରୁଛନ୍ତି କିନ୍ତୁ ସରକାରଙ୍କୁ ଲାଜ ଲାଗୁନି।

 

Comments are closed.