Latest Odisha News

କେରଳ ଭୂସ୍ଖଳନ: ବଢୁଛି ମୃତ୍ୟୁ ସଂଖ୍ୟା, ୨ ଦିନିଆ ଶୋକ ଘୋଷଣା

ୱାଏନାଡ଼: ପ୍ରକୃତିର ତାଣ୍ଡବରେ ବେହର ଦେବଭୂମି କେରଳ l କେରଳରେ ହୋଇଥିବା ଭୂସ୍ଖଳନରେ ବେଳ କୁ ବେଳ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା l ମାଟି ଅତଡା ତଳୁ ଏପର୍ଯ୍ୟନ୍ତ ୮୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ମୃତ୍ୟ ସଂଖ୍ୟା ଆହୁରୀ ବଢ଼ିବାର ଆଶଙ୍କା ରହିଛି । ଉଦ୍ଧାର କାର୍ଯ୍ୟରେ ସେନା ଯବାନ୍, ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ପାଇଁ ରାଜ୍ୟରେ ଦୁଇଦିନିଆ ଶୋକ ଘୋଷଣା କରିଛନ୍ତି କେରଳ ସରକାର ।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୨ଟା ସମୟରେ କେରଳର ଓ୍ବାୟନାଡରେ ବଡଧରଣର ଭୂସ୍ଖଖଳ ହୋଇଥିଲା । ଏହାର ଠିକ୍ ପରେ ପ୍ରାୟ ୪.୧୦ ପାଖାପାଖି ପୁଣି ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ପ୍ରାୟ ୨୫୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୧୦୦ ରୁ ଅଧିକ ଲୋକ ମାଟିତଳେ ଫସିରହିଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଭାରତୀୟ ସେନା । ଉଦ୍ଧାରକାର୍ଯ୍ୟରେ ପ୍ରାୟ ୨୨୫ ସେନା ନିୟୋଜିତ ହୋଇଛନ୍ତି ।

Comments are closed.