Latest Odisha News

ଶେଷ ହୋଇଗଲା ଅମିତଙ୍କ ଅଭିଯାନ, ପ୍ରି କ୍ୱାର୍ଟରରେ ପ୍ରୀତି

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ବକ୍ସର ପ୍ରୀତି ପାୱାର ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେ ୪୫ କିଗ୍ରା ବିଭାଗରେ ଭିଏତନାମର ଭୋ ଥି କିମ ଆନହଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ଏଥିସହ ସେ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ ବକ୍ସର ଅମିତ ପଙ୍ଘାଲ କିନ୍ତୁ ନିରାଶ କରିଛନ୍ତି । ୫୧ କିଗ୍ରା ବିଭାଗରେ ସେ ଜାମ୍ବିଆର ପ୍ୟାଟ୍ରିକ ଚିନେୟେମ୍ବାଙ୍କ ନିକଟରୁ ୪-୧ରେ ହାରି ଯାଇଛନ୍ତି । ଏଥିସହ ତାଙ୍କର ଅଲିମ୍ପିକ ଅଭିଯାନ ଶେଷ ହୋଇଛି ।

ଅମିତ ବାଇ ପାଇ ସିଧାସଳଖ ପ୍ରିକ୍ୱାର୍ଟର ଫାଇନାଲ ଖେଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରି ନ ଥିଲେ । ସୂଚନାଯୋଗ୍ୟ, ବକ୍ସିଂରେ ଭାରତ ଏ ପର୍ଯ୍ୟନ୍ତ ଓଭରାଲ ୩ଟି ପଦକ ଜିତିଛି । ୨୦୦୮ ବିଜେନ୍ଦର ସିଂ, ୨୦୧୨ରେ ମେରୀକମ ଓ ୨୦୨୧ ଲଭଳୀନ ବୋରେଗାହେନ ଏହି ସଫଳତା ହାସଲ କରିଛନ୍ତି । ବ୍ୟାଡମିଂଟନରେ ଭାରତୀୟ ମହିଳା ଯୋଡି ଅଶ୍ୱୀନ ପୋନପ୍ପା ଓ ତନୀଷା କ୍ରିଷ୍ଟି ମଙ୍ଗଳବାର ଅଷ୍ଟ୍ରେଲିଆର ସୋତିୟାନା ମୋପାସା ଓ ଆଞ୍ଜେଲା ୟୁ ସେଙ୍କ ନିକଟରୁ ୧୫-୨୧ ଓ ୧୦-୨୧ରେ ନିକଟରୁ ହାରି ଯାଇଥିଲା । ଏଥିସହ ତାଙ୍କ ଅଭିଯାନ ମଧ୍ୟ ଶେଷ ହୋଇଛି ।

ବ୍ୟାଡମିଂଟରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ର‌୍ୟାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଅନ୍ତିମ ମୁକାବିଲାରେ ଇଣ୍ଡୋନେସିଆର ରିୟାନ ଆର୍ଦ୍ଦିୟୋତୋ ଓ ଫଜର ଆଲଫିୟାନଙ୍କୁ ୨୧-୧୩ ଓ ୨୧-୧୩ରେ ପରାଜିତ କରିଥିଲେ । ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ସେମାନେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁଟର ପୃଥ୍ୱୀରାଜ ତୋଣ୍ଡାଇମାନ ଟ୍ରାପ ପୁରୁଷ କ୍ୱାଲିଫିକେଶନରେ ୨୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।

ତୀରନ୍ଦାଜର ମହିଳା ବ୍ୟକ୍ତିଗତ ଇଭେଂଟରେ ଭାରତର ଭଜନ କୌର ପ୍ରଭାବୀ ପ୍ରଦର୍ଶନ କରି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସେ ପୋଲାଣ୍ଡର ଭାୟୋଟୋ ମିଶୋରଙ୍କୁ ୬-୦ରେ ପରାସ୍ତ କରିଥିଲେ ।

Comments are closed.