Latest Odisha News

ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ

ରାଞ୍ଚି: ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସହାୟତା ରାଶି ଘୋଷଣା । ଓଡିଶା ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ । ସେହିପରି ଗୁରୁତର ବ୍ୟକ୍ତିଙ୍କପାଇଁ ୫ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି କରିଛି ଦକ୍ଷିଣ ପୂର୍ବ ରେଳପଥ ।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୩ଟା ୪୫ ମିନିଟ ସମୟରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ୧୮ଟି ବଗି ଲାଇନଚ୍ଯୁତ ହୋଇଥିଲା। ତେବେ ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇ ଟ୍ରେନଟି ଲାଇନଚ୍ଯୁତ ହୋଇଥିବା ଜଣାପଡିଛି। ଉକ୍ତ ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ମୃତକ ଦୁଇ ଜଣ ହେଉଛନ୍ତି ଓଡିଶାର ରାଉରକେଲାର ଅଜିତ ସାମଲ ଓ ବିକାଶ ରାଓ । ଅନ୍ୟପଟେ ଦୁର୍ଘଟଣା ପରେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ବାତିଲ କରାଯାଇଥିଲା ।

Comments are closed.