Latest Odisha News

BREAKING NEWS

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି।

୨୦୨୫ ଏପ୍ରିଲ ୩୦ରେ ଏହି କମିଟିର କାର୍ଯ୍ୟକାଳ ସରିବ। ଗଠନ ହୋଇଥିବା ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭା ୧୫ ଜଣ ସାସଂଦ ସଦସ୍ୟ ଥିବାବେଳେ ଓଡିଶାରୁ ଏକମାତ୍ର ସାସଂଦ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଛନ୍ତି ।

ସୂଚନା ଥାଉକି, କିଛି ଦିନ ପୂର୍ବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି ଭାବେ ମନୋନୀତ ହୋଇଥିଲେ। ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଥିଲେ ସାଂସଦ ଅପରାଜିତା। ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଇଛନ୍ତି। ଗତ ମାର୍ଚ୍ଚରେ ଜେନିଭାରେ ଆଇପିୟୁ ଆସେମ୍ବ୍‌ଲିରେ ଭାଗ ନେଇଥିଲେ। ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ-ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି।

Comments are closed.