Latest Odisha News

ଗୁଜରାଟରେ ବଢିବାରେ ଲାଗିଛି ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ ମାମଲା

ଅହମ୍ମଦାବାଦ: ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମରେ ଏବେ ଯାଏଁ ୧୪୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ସୂଚନା ଅନୁଯାୟୀ, ଜୁନ୍ ୨୦୨୪ ପ୍ରାରମ୍ଭରୁ ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ମାମଲା ସାମ୍ନାକୁ ଆସୁଛି। ଜୁଲାଇ ୩୧, ୨୦୨୪ ଠାରୁ ୧୪୮ଟି ଏଇଏସ୍ ମାମଲା (ଗୁଜରାଟର ୨୪ ଟି ଜିଲ୍ଲାରୁ ୧୪୦, ମଧ୍ୟପ୍ରଦେଶରୁ ୪, ରାଜସ୍ଥାନରୁ ୩ ଏବଂ ମହାରାଷ୍ଟ୍ରରୁ ୧) ରିପୋର୍ଟ ହୋଇଛି, ଯେଉଁଥିରୁ ୫୯ ଟି ମାମଲାରେ ମୃତ୍ୟୁ ହୋଇଛି। ୫୧ ଜଣଙ୍କ ଠାରେ ଚାନ୍ଦିପୁରା ଭାଇରସ (ସିଏଚପିଭି) ଚିହ୍ନଟ ହୋଇଛି।

ଗୁରୁବାର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ନିର୍ଦ୍ଦେଶକ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦେଶକ ମିଳିତ ଭାବେ ସ୍ଥିତିର ସମୀକ୍ଷା କରିଛନ୍ତି।

ସମୀକ୍ଷା ବୈଠକରେ ମଧ୍ୟପ୍ରଦେଶର ଏମଡି ଏନଏଚଏମ, ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ୟୁନିଟ୍ ଏବଂ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ଆଞ୍ଚଳିକ କାର୍ଯ୍ୟାଳୟ, ଏନଆଇଭି, ଏନସିଡିସିର ଏନଜେଓଆରଟି ସଦସ୍ୟ ଏବଂ ଏନସିଡିସି, ଆଇସିଏମଆର ଏବଂ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ (ଏନସିଭିବିଡିସି)ର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।

୧୯ ଜୁଲାଇ ୨୦୨୪ ପରଠାରୁ ଦୈନିକ ଏଇଏସ୍ ର ନୂତନ ମାମଲା ଚିହ୍ନଟ ହେବାର ଧାରାରେ ହ୍ରାସ ପରିଲକ୍ଷିତ ହୋଇଛି। ଭେକ୍ଟର ନିୟନ୍ତ୍ରଣ ପାଇଁ କୀଟନାଶକ ସିଞ୍ଚନ, ଆଇଇସି, ଡାକ୍ତରୀ କର୍ମଚାରୀଙ୍କୁ ସଚେତନ କରିବା ଏବଂ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଠିକ୍ ସମୟରେ ମାମଲା ପଠାଇବା ଭଳି ବିଭିନ୍ନ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିଛି ଗୁଜରାଟ।

ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିବା ରେ ଗୁଜରାଟ ରାଜ୍ୟ ସରକାରଙ୍କୁ ସହାୟତା କରିବା ଏବଂ ମହାମାରୀ ର ପ୍ରକୋପ ସଂକ୍ରାନ୍ତରେ ବିସ୍ତୃତ ଅନୁସନ୍ଧାନ କରିବା ପାଇଁ ଏକ ନେସନାଲ ଜଏଣ୍ଟ ଆଉଟବ୍ରେକ ରେସପନ୍ସ ଟିମ୍‍ (ଏନଜିଓଆରଟି) ନିୟୋଜିତ କରାଯାଇଛି। ଏଇଏସ୍ ମାମଲା ରିପୋର୍ଟ କରୁଥିବା ପଡ଼ୋଶୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ଏନସିଡିସି ଏବଂ ଏନସିଭିବିଡିସିର ଏକ ମିଳିତ ପରାମର୍ଶ ଜାରି କରାଯାଉଛି।

ସିଏଚପିଭି ରାବଡୋଭିରିଡେ ପରିବାରର ଏକ ସଦସ୍ୟ ଏବଂ ବିଶେଷ କରି ମୌସୁମୀ ଋତୁରେ ଦେଶର ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ବିକ୍ଷିପ୍ତ ଭାବେ ପ୍ରକୋପ ସୃଷ୍ଟି କରୁଥିବା ଜଣାଯାଏ। ଏହା ମାଛି ଓ ଟିକ୍ ଭଳି ଭୂତାଣୁ ଦ୍ୱାରା ବ୍ୟାପିଥାଏ। ଭୂତାଣୁ ନିୟନ୍ତ୍ରଣ, ସ୍ୱଚ୍ଛତା ଏବଂ ସଚେତନତା ହିଁ ଏହି ରୋଗ ବିରୋଧରେ ଏକମାତ୍ର ଉପାୟ ଉପଲବ୍ଧ। ଏହି ରୋଗ ଅଧିକାଂଶ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ ଏବଂ ଏକ ଜ୍ୱରଜନିତ ରୋଗ ଦେଖାଦେଇପାରେ ଯାହା ମାଂସପେଶିରେ ସଙ୍କୋଚନ, କୋମା ଏବଂ କେତେକ କ୍ଷେତ୍ରରେ ମୃତ୍ୟୁର କାରଣ ହୋଇପାରେ।

Comments are closed.