Latest Odisha News

BREAKING NEWS

ପାରାଦୀପରେ ଟ୍ରଲର ସହ ଉଦ୍ଧାର ହେଲେ ୭ ମତ୍ସଜୀବୀ

ଭୁବନେଶ୍ୱର: ପାରାଦୀପର ନେହେରୁବଙ୍ଗଳା ମୁହାଁଣରେ ମତ୍ସଜୀବୀ ନିଖୋଜ ଘଟଣା । ଉଦ୍ଧାରକାରୀ ଟିମ୍‌ ର ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ନେହେରୁବଙ୍ଗଳା ମୁହାଣ ମୁହଁରେ ଏହି ଦୁର୍ଘଟଣା ଘଟିଛି । ଶ୍ରୀକ୍ଷେତ୍ର-୩ ବୋଟ୍ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା । ଏହାପରେ ନିକଟରେ ଥିବା ଗୋପାଳଜୀଉ ବୋଟ୍‌ ଉକ୍ତ ବୋଟ୍ ଟି କୁ ଏକ ଦଉଡ଼ି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିଲା ଏହାପରେ ମୁହାଣ ମୁହଁରେ ହଠାତ ଦଉଡିଟି ଛିଡ଼ି ଯାଇଥିଲା । ‌

ଫଳରେ ଶ୍ରୀକ୍ଷେତ୍ର-୩ ବୋଟ୍ ଟି ପାଣି ଭିତରେ କେଉଁଆଡେ ହଜି ଯାଇଥିଲା । ଟ୍ରଲରକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି । ଦୁଇ ଘଣ୍ଟା ପରେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ ।

 

Comments are closed.