Latest Odisha News

ବନ୍ଧୁ ପାଇଁ ଦିନ ଟିଏ: ପ୍ରକୃତ ବନ୍ଧୁର ଉଦାହରଣ ବଲିଉଡର ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଆଜି ହେଉଛି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ବିଶେଷକରି ଭାରତ ଓ ବାଙ୍ଗଲାଦେଶ ସମେତ ଅନେକ ରାଷ୍ଟ୍ରରେ ପାଳନ ହୁଏ ବନ୍ଧୁତ୍ବ ଦିବସ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ । ବନ୍ଧୁର କାହାଣୀ କେବଳ ପ୍ରକୃତ ଜୀବନରେ ନୁହେଁ ଚଳଚ୍ଚିତ୍ର ଦୁନିଆରେ ମଧ୍ୟ ଦେଖିବାକୁ ମିଳେ । ବଲିଉଡରେ ଏପରି ଅନେକ ଫିଲ୍ମ ରହିଛି ଯେଉଁଥିରେ ଜଣେ ପ୍ରକୃତ ବନ୍ଧୁର କାହାଣୀ ଦେଖିବାକୁ ମିଳିଛି । ତେବେ ଆଜି ଏହି ବନ୍ଧୁତ୍ଵ ଦିବସରେ ନିଜ ବନ୍ଧୁ ମାନଙ୍କ ସହ ଦେଖନ୍ତୁ ବଲିଉଡରେ ଏହି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡିକୁ,,,,

  • ରମେଶ ସିପିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶୋଲେ’ ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଗଭୀର ବନ୍ଧୁତା ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ରର ‘ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ’ ଗୀତଟି ବେଶ୍ ଫେମସ୍ ହୋଇଥିଲା ।
  • କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୁଛ କୁଛ ହୋତା ହେ’ ରୁ ଆରମ୍ଭ ହୋଇଥିଲା ଫ୍ରେଣ୍ଡସିପ ବ୍ୟାଣ୍ଡର ଟ୍ରେଣ୍ଡ । ଯାହାକୁ ଜଣେ ବନ୍ଧୁ ଆଜି ତା’ର ବନ୍ଧୁ ହାତରେ ବାନ୍ଧୁଥିବା ଦେଖିବାକୁ ମିଳୁଛି । ଏହି ଫିଲ୍ମରେ ଶାହାରୁଖ ଖାନ ଏବଂ କାଜଲଙ୍କ ଭିତରେ ବନ୍ଧୁତା ଦେଖିବାକୁ ମିଳିଥିଲା । ଶାହରୁଖ୍ ଖାନ୍ – କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଏହି ଟ୍ରାଙ୍ଗୁଲାର୍ ଲଭ୍ – ଫ୍ରେଣ୍ଡସିପ୍ – ଡ୍ରାମା ବଲିଉଡ୍ ସିନେମା ଇତିହାସରେ ଏକ ମାଇଲ୍ ଷ୍ଟୋନ୍ ଭାବେ ଜଣାଯାଏ ।
  • ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଇ ପୋ ଚେ’ ଏକ ବନ୍ଧୁତ୍ଵକୁ ନେଇ ହୋଇଥିବା ଫିଲ୍ମ ଭିତରେ ଗୋଟେ । ଏହା ଚେତନ ଭାଗବତଙ୍କ ପୁସ୍ତକ ‘ଦ ଥ୍ରୀ ମିଷ୍ଟେକ୍ସ ଅଫ ମାଇଁ ଲାଇଫ’ ଉପରେ ଆଧାରିତ। ଏଥିରେ ସୁଶାନ୍ତ ସିଂ ରାଜପୁତ, ରାଜକୁମାର ରାଓ ଏବଂ ଅମିତ ସାଧ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
  • ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ ଏକ ବ୍ଲକବଷ୍ଟର ଫିଲ୍ମ ଥିଲା । ଏଥିରେ ଆମୀର ଖାନ, ଆର ମାଧବନ ଏବଂ ଶର୍ମାନ ଯୋଶୀଙ୍କ ମଧ୍ୟରେ ଗଭୀର ବନ୍ଧୁତା ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ରଟିରେ ବନ୍ଧୁର ବାସ୍ତବିକତା ନିଖୁଣ ଭାବରେ ଦେଖାଇଥିଲେ ଏହି ଅଭିନେତା ମାନେ ।
  • ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଡିୟର ଜିନ୍ଦେଗୀ’ରେ ଜଣେ ଡାକ୍ତର ଏବଂ ରୋଗୀ ମଧ୍ୟରେ ଏକ ଭିନ୍ନ ଧରଣର ବନ୍ଧୁତା ଦେଖାଯାଇଥିଲା । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ଶାହାରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Comments are closed.