Latest Odisha News

BREAKING NEWS

ଘରୋଇ କଳିରୁ ତୁମୁଳ କାଣ୍ଡ; ବୋହୂ ନାକ କାଟିଦେଲେ ଶ୍ୱଶୁର

କଟକ: ବୋହୂର ନାକ କାଟିଦେଲେ ଶ୍ବଶୁର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରୁ । ଅଭିଯୁକ୍ତ ଶ୍ୱଶୁର ଜଣଙ୍କ ହେଲେ ଅମର ନାୟକ । ଆହତ ବୋହୂ ନୀନା ନାୟକଙ୍କୁ ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଖବର ମୁତାବକ, ବୋହ ନୀନାରଙ୍କ ଝିଅ ଅର୍ଥାତ୍ ଶ୍ବଶୁର ଅମରଙ୍କ ନାତୁଣୀ ଏକ ଛୁରୀ ଧରି ଖେଳୁଥିଲେ । ଏହାକୁ ବାରଣ କରିଥିଲେ ଅମର । ହେଲେ ନାତୁଣି ନଶୁଣିବାରୁ ତାକୁ ଚୁପାଡା ମାରିବାରୁ ରାଗିଯାଇ ବୋହୂ ନୀନା ଶୂଶୁରଙ୍କୁ ଗାଳିଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ନିଜ ହିତାହିତ ଜ୍ଞାନ ହଯାଇ ଅମର ନାୟକ ଉକ୍ତ ଛୁରୀରେ ବୋହୂ ନୀନାଙ୍କ ନାକ କାଟି ଦେଇଥିଲେ । ଫଳରେ କଷ୍ଟର ଛଟପଟ ହୋଇଥିଲେ ନୀନା । ପ୍ରବଳ ରାକ୍ତସ୍ରାବ ଯୋଗୁଁ ତାଙ୍କୁ ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶ୍ବଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Comments are closed.