Latest Odisha News

ଲକ୍ଷ୍ୟଙ୍କ ପରେ ନିଶାଙ୍କ ପାଇଁ କାଳ ହେଲା ଆଘାତ ସମସ୍ୟା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଭାରତୀୟ ଆଥଲେଟଙ୍କ ପାଇଁ ଭଲ ଦିନ ନ ଥିଲା । ୨ଟି ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା ହେବା ପରେ ରେସଲିଂରେ ନିଶା ମଧ୍ୟ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ବ୍ୟାଡମିଂନରେ ଲକ୍ଷ୍ୟ ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ହାତରୁ ରକ୍ତ ବାହାରିଥିଲା । ଏହା ପରେ ସେ ସ୍ୱାଭାବିକ ପ୍ରଦର୍ଶନ କରିପାରି ନ ଥିଲେ । ସେହିପରି ମହିଳା ୬୮ କେଜି ବିଭାଗରେ ନିଶା ୮-୨ରେ ସୁବିଧାଜନକ ସ୍ଥିତିରେ ରହିଥିଲେ ।

ସେ ବିଜୟୀ ବାସ୍ନା ବାରିବା ପୂର୍ବରୁ ତାଙ୍କ ଡାହଣ ହାତ ଭୂମିରେ ମାଡ ହୋଇ ଯାଇଥିଲା । ତାଙ୍କ ରିଷ୍ଟ ଖସି ଯାଇଥିବା ଆଶଙ୍କା କରାଯାଉଛି । ସେ ଅସହ୍ୟ ଯନ୍ତ୍ରଣା ସତ୍ୱେ ମୁକାବିଲା ଜାରୀ ରଖିଥିଲେ । ଶେଷରେ ୧୦-୮ରେ ଉତର କୋରିଆର ସୋଇ ଗମ ପାକ ଜିତିଥିଲେ । ଏକ ନିଶ୍ଚିତ ବିଜୟର ଦ୍ୱାଦ ଦେଶରେ ପଂହଚିଥିବା ସତ୍ୱେ ନିଶାଙ୍କ ପରାଜୟ ଭାରତୀୟ କ୍ରୀଡାପ୍ରେମୀଙ୍କୁ ବ୍ୟଥୀତ କରିଛି । ମହିଳା ୪୦୦ ମିଟର ହୀଟ୍ସରେ ଭାରତର କିରନ ପହଲ ୭ମ ସ୍ଥାନରେ ରହିଛନ୍ତି । ସେ ରେପୋଚେଜ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଏଥିରେ ଭଲ ପ୍ରଦର୍ଶନ କଲେ ସେମିରେ ପ୍ରବେଶ ସମ୍ଭାବନା ରହିଛି ।

Comments are closed.