Latest Odisha News

ନିଟ୍-ୟୁଜି ପେପର ଲିକ୍ ମାମଲା, ଭୁବନେଶ୍ବରରୁ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଭୁବନେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ଭୁବନେଶ୍ବରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ। ପ୍ରଶ୍ନପତ୍ର ବିତରଣରେ ସଂମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ।

ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। ନିଟ୍ ପ୍ରବେଶିକାର ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି। ସୁଶାନ୍ତ କୁମାର ରାଉତ ନିଟ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ତେବେ ଗିରଫ ପରେ ସୁଶାନ୍ତକୁ ପାଟନା କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ସୁଶାନ୍ତକୁ ପଚରାଉଚରା ଲାଗି ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା ସିବିଆଇ। ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି। ସୂଚନା ଥାଉକି ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ସିବିଆଇ ୪୨ ଜଣଙ୍କୁ ଗିରଫ କରିସାରିଲାଣି। ଓଡ଼ିଶାକୁ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଗତ ୪ ଅଗଷ୍ଟରେ ସିବିଆଇ ସଲଭର ଗ୍ଯାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିଲା।

 

Comments are closed.