Latest Odisha News

ଗୋଟିଏ ଇଭେଂଟରେ କ୍ରମାଗତ ୫ ଥର ସ୍ୱର୍ଣ୍ଣ ଜିିତି ଇତିହାସ ରଚିଲେ ନୁନେଜ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ୧୩୦ କିଗ୍ରା ଗ୍ରୀକୋ-ରୋମାନ ରେସଲିଂ ବିଭାଗରେ କ୍ୟୁବାର ମାଜେନ ଲୋପେଜ ନୁନେଜ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସେ ପ୍ରଥମ ଆଥଲେଟ ଭାବେ ଗୋଟିଏ ଇଭେଂଟରେ କ୍ରମାଗତ ୫ ଥର ସ୍ୱର୍ଣ୍ଣ ପଦକ ଜିିତି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ମ୍ୟାଚ ପରେ ସେ ଜୋତା ବାହାର କରି ମ୍ୟାଟକୁ ମୁଣ୍ଡିଆ ମାରିଥିଲେ । ପରୋକ୍ଷରେ ସେ ତାଙ୍କ କ୍ୟାରିୟରର ଅନ୍ତ ଘଟିଥିବା ଏହି ମହାନ ଖେଳାଳିଜଣଙ୍କ ସୂଚନା ଦେଇଛନ୍ତି । ଏହି ୬ ଫୁଟ ୫ ଇଂଚ ରେସଲର ପ୍ରାୟ ୨ ଦଶନ୍ଧି ଧରି ନିଜ ଦକ୍ଷତା ପ୍ରଦର୍ଶନ କରି ଆସିଥିଲେ ।

ଚିିଲିର ୟାସମ ଆକୋଷ୍ଟା ରୌପ୍ୟ ପଦକ ହାସଲ କଲେ । ସେ ମୁକାବିଲା ପରେ କହିଥିଲେ ଯେ, ଲୋପେଜ ମୋର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ହେଲେ ମଧ୍ୟ ସେ ଜଣେ ବନ୍ଧୁ, ଭାଇ ଓ ସିନିୟର ରେସଲର । ତାଙ୍କ ପ୍ରତି ମୋର ସମ୍ମାନ ସବୁବେଳେ ରହିବ । ଲୋପେଜ ସର୍ବଦା ତାଙ୍କ ଖେଳୁଆଡ ମନୋଭାବ ନେଇ ଏକ ମହାନ ରେସଲର ଭାବେ ପରିଗଣିତ ହୋଇ ଆସିଛନ୍ତି ।

Comments are closed.