Latest Odisha News

BREAKING NEWS

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ୍ ମୁଖ୍ୟ, ଏହି ସବୁ ଦିଗ ଉପରେ କଲେ ଆଲୋଚନା

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି ।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଉଦବେଗର ବିଷୟ । ଏହା ତୁରନ୍ତ ବନ୍ଦ ହେବା ଉଚିତ୍ । ଶାନ୍ତି ପ୍ରତିଷ୍ଠା ଦ୍ବାରା ସବୁକିଛି ଉନ୍ନତି ହୋଇପାରିବ । ସେହିପରି ଦେଶରେ ଗୋ ହତ୍ୟା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଏନେଇ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ।

ଶ୍ରୀମନ୍ଦିରର ବିଭିନ୍ନ ନିଷ୍ପତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍କରାଚାର୍ଯ୍ୟଙ୍କର ମତାମତ ନିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟରେ ଅଯଥା ରାଜନୈତିକ ହସ୍ତକ୍ଷେପ ବନ୍ଦ ହେବା ଉଚିତ୍ ବୋଲି ସେ ମତ ରଖିଛନ୍ତି ।

Comments are closed.