Latest Odisha News

ବଜ୍ରାଘାତରେ ଚାଲିଗଲା ୩ ଜୀବନ, ଜଣେ ଆହତ

ଭୁବନେଶ୍ୱର: ବାଲେଶ୍ୱର ଓ କଟକ ଜିଲ୍ଲାରେ ଶନିବାର ଦୁଇଟି ଭିନ୍ନ ଭିନ୍ନ ବଜ୍ରପାତରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲାର ସୋରୋ ଥାନା ଅନ୍ତର୍ଗତ ରାଇପିତାମ୍ବର ଗ୍ରାମରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତକଙ୍କ ନାମ ବସନ୍ତ ଦାସ ଏବଂ ନରେନ୍ଦ୍ର ବିଶ୍ୱାଳ ହୋଇଥିବା ବେଳେ ଆହତ ବ୍ୟକ୍ତିଙ୍କ ନାମ ସୁରେନ୍ଦ୍ର ସାହୁ ବୋଲି ଜଣାପଡିଛି। ତିନିଜଣ ଅପରାହ୍ନରେ କ୍ଷେତରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ସମସ୍ତେ ରାଇପିତାମ୍ବର ଗ୍ରାମର ବୋଲି ଜଣାପଡିଛି।

ସେହିଭଳି କଟକ ଜିଲ୍ଲାର ଖୁଣ୍ଟୁଣି ଥାନା ଅଧୀନରେ ଥିବା ଭୋଗରା ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତିଙ୍କ ନାମ ଆଶୁତୋଷ ତ୍ରିପାଠୀ ବୋଲି ଜଣାପଡିଛି।

Comments are closed.