Latest Odisha News

BREAKING NEWS

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା; ଅଭିଯୁକ୍ତଙ୍କୁ ଧରାଇ ଦେଲା ଇୟରଫୋନ

କୋଲକାତା: କୋଲକାତାରେ ମହିଳା ପିଜି ଟ୍ରେନି ଡାକ୍ତରଙ୍କୁ ଯୌନ ଉତ୍ପୀଡ଼ନ ତଥା ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଅଭିଯୁକ୍ତଙ୍କୁ ସିଲଡା କୋର୍ଟରେ ହାଜର କରାଯାଇଥିଲା, ସେମାନଙ୍କୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, କ୍ରାଇମ ସିନ ନିକଟରୁ ମିଳିଥିବା ବ୍ଲୁଟୁଥ୍ ଇୟରଫୋନର ଏକ ଭଙ୍ଗାଖଣ୍ଡକୁ ନେଇ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା ପୋଲିସ। ଜଣେ ପୋଲିସ କର୍ମଚାରୀ ବ୍ଲୁଟୁଥ ଇୟରଫୋନକୁ ସମସ୍ତ ସନ୍ଦିଗ୍ଧଙ୍କ ଫୋନ ସହ ସଂଯୋଗ କରିବାକୁ ଉଦ୍ୟମ କରିଥିଲେ।

ପରେ ସେହି ଇୟରଫୋନ ସଂଜୟ ରୟର ଫୋନ ସହ ଯୋଡ଼ି ହୋଇଥିଲା। ଏହାପରେ ପୋଲିସ ତୁରନ୍ତ ତାକୁ ଗିରଫ କରିଥିଲା। ପଚରାଉଚରା ବେଳେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ଯା କରିଥିବା ମାନିଛି ଅଭିଯୁକ୍ତ।

ଉଲ୍ଲେଖଯୋଗ୍ୟ, କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲ୍‌ରୁ ଶୁକ୍ରବାର ରାତିରେ ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ନାଗରିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟକୁ ଗିରଫ କରିଛି ପୋଲିସ।

Comments are closed.