Latest Odisha News

BREAKING NEWS

ଘରେ ସୁନାର ପାହାଡ କରିଥିଲେ ମୁଖ୍ୟଯନ୍ତ୍ରୀ, ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ମହଙ୍ଗା ପଡିଲା କଳା ଧନରେ ଅୟସ ଆରାମ । ବାନ୍ଧିଲା ଭିଜିଲାନ୍ସ । ଆର ଏବଂ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ଆଜି ଭିଜିଲାନ୍ସ ଗିରଫ କରିଛି । ଗତକାଲି ଏକା ସାଙ୍ଗରେ ମିଶ୍ରଙ୍କ ପ୍ରାୟ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଚାକିରିକାଳ ବେଳେ ଅମାପ ସମ୍ପତ୍ତି ଠୁଳ କରିଥିଲେ ଆର ଏବଂ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ଆଖି ଝଲସି ଗଲା ଭଳି ଘର, ସୁନା ସାଙ୍ଗକୁ ହୀରା ଅଳଙ୍କାର । ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଏବେ ଖୋଲିଛି ବାବୁଙ୍କ ଗୁମର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍‌ ସୋମବାର ସକାଳେ ଚଢାଉ ଆରମ୍ଭ କରିଥିଲେ ।

ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିବା ପରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍‌। ଏହାଛଡ଼ା ପ୍ଲଟ୍‌ ମଧ୍ୟ ରହିଛି। ପ୍ଲଟ ଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି। ତାଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୧.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍‌ ବେଞ୍ଜ କାର୍‌, ଗୋଟିଏ କିଆ କାର୍‌ ଓ  ବହୁତ ଦାମୀ ଘଣ୍ଟା ଜବତ ହୋଇଛି । ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯେଉଁଥିରେ ୟୁଏସଏ, ଥାଇଲାଣ୍ଡ, ଭିଏତନାମା, ୟୁଏଇ, କାନାଡା, ମେକ୍ସିକୋ, ମଲେସିଆ ଓ ସିଙ୍ଗାପୁର ମୁଦ୍ରା ରହିଛି ।

 

Comments are closed.