Latest Odisha News

BREAKING NEWS

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ନିର୍ମମ ଭାବେ ପିଟିଥିଲା ଅଭିଯୁକ୍ତ

କୋଲକାତା: ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ।

ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ଯ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଟ୍ରେନି ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରାଯାଇଥିଲା। ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗିଯାଇଥିଲା। ଏଥିସହ ଚଷମା ଭାଙ୍ଗି କାଚର କିଛି ଅଂଶ ତାଙ୍କ ଆଖିରେ ଗଳି ଯାଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ଡାକ୍ତର ମାନେ ଆନ୍ଦୋଳନ କରୁଛନ୍ତି। ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ୍ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏହି ଘଟଣାରେ ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ (FAIMA) ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି। ପ୍ରତିବାଦରେ ଆଜିଠୁ ଦେଶବ୍ୟାପୀ ଓପିଡି ସେବା ବନ୍ଦ ଡାକରା ଦେଇଛି। ସିବିଆଇ ତଦନ୍ତ ଦାବିରେ FAIMA ପକ୍ଷରୁ ସରକାରୀ ମେଡିକାଲରେ ଓପିଡି ସେବା ବନ୍ଦ ଡାକରା ଦେଇଛି।

Comments are closed.