Latest Odisha News

ଭିନେଶଙ୍କ ସମେତ କୋଟି କୋଟି ଭାରତୀୟ କ୍ରୀଡାପ୍ରେମୀ ନିରାଶ, ମିଳିବନି ପଦକ

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ରୌପ୍ୟ ପଦକ ମିଳିବ ନାହିଁ । ମହିଳା ରେସଲିଂ ୫୦ କିଗ୍ରା ବିଭାଗର ଫାଇନାଲରେ ଭିନେଶ ପ୍ରବେଶ କରିଥିଲେ । ମାତ୍ର ଫାଇନାଲ ପୂର୍ବରୁ ଓଜନ ଅଧିକ ରହିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ପରେ ସେ ଏ ନେଇ ଅଗଷ୍ଟ ୭ରେ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ ନିକଟରେ ସେ ଆବେଦନ କରିଥିଲେ । ଭାରତୀୟ ଅଲିମ୍ପିକ ଆସୋସିଏଶନ ମଧ୍ୟ ଏ ନେଇ ଭିନେଶଙ୍କ ସମର୍ଥନରେ ରହିଥିଲା ।

ଭିନେଶ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଉ ବୋଲି ଏଥିରେ ଉଲ୍ଲେଖ କରିଥିଲେ । ଏହାର ଶୁଣାଣୀ ନେଇ ସିଏଏସ ବାରମ୍ବାର ତାରିଖ ବଦଳାଇଥିଲା । ଏପରିକି ଏହି ଶୁଣାଣୀ ୧୬ରେ ହେବ ବୋଲି ସ୍ଥିର ହୋଇଥିଲେ ମଧ୍ୟ ୧୪ରେ ତାଙ୍କ ଆବେଦନ ଖାରଜ କରାଯାଇଛି । ଆଇଓଏ ସଭାପତି ପିଟି ଉଷା ଏହି ଶୁଣାଣୀ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments are closed.