Latest Odisha News

ବିହାରରେ ତୃତୀୟ ଥର ପାଇଁ ଭୁଶୁଡିଲା ଏହି ନିର୍ମାଣାଧୀନ ବ୍ରିଜ 

ପାଟଣା: ବିହାରରେ ସେତୁ ଭୁଶୁଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ଗଙ୍ଗା ନଦୀ ଉପରେ ନିର୍ମିତ ଏକ ସେତୁ ହଠାତ୍ ଭୁଶୁଡି ପଡିଛି। ଭାଗଲପୁର ଜିଲ୍ଲାକୁ ଖଗରିଆ ସହ ସଂଯୋଗ କରୁଥିବା ଏହି ସେତୁ ଭୁଶୁଡ଼ିଯାଇଛି।

ତେବେ ବନ୍ୟା ପାଣିରେ ଏହାର ଖମ୍ଭ ବୁଡ଼ିଯିବା ଯୋଗୁ ସେତୁ ଭୁଶୁଡି ପଡିଥିବା କୁହାଯାଉଛି। ତିନି ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହି ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ବର୍ତ୍ତମାନ ଗଙ୍ଗା ନଦୀରେ ବନ୍ୟା ହେତୁ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା।

ଏହି ସେତୁ ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ। ବ୍ରିଜ ଭୁଶୁଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

Comments are closed.