Latest Odisha News

ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଅର୍ଥ ଦେଉଛି ସ୍ୱୀଡେନ

ନୂଆଦିଲ୍ଲୀ: ସ୍ୱୀଡେନ ସରକାର ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଲୋଭନୀୟ ଅଫର ଦେଉଥିବା ଖବର ପ୍ରକାଶ ପାଇଛି । ୟୁରୋପିଆନ ୱେବସାଇଟ ଦି ନ୍ୟାଶନାଲ୍ସ ଅନୁସାରେ ପୂର୍ବରୁ ବିଦେଶରୁ ଆସି ସ୍ୱୀଡେନରେ ରହୁଥିବା ଲୋକଙ୍କ ପାଇଁ ଏହି ଅଫର ରହିଥିଲା । ଏବେ ସମସ୍ତଙ୍କ ପାଇଁ ଏହା ଲାଗୁ କରାଯାଇଛି । ସରକାରଙ୍କ କହିବା ଅନୁସାରେ ଯେଉଁମାନଙ୍କୁ ସ୍ୱୀଡେନର ସଂସ୍କୃତି କିମ୍ବା ଏଠାକାର ଲୋକଙ୍କ ସହ ମିଳିମିଶି ଚଳିବାରେ ଅସୁବିଧା ହେଉଛି ସେମାନେ ଦେଶ ଛାଡିପାରିବେ । ଏଥିପାଇଁ ୮୦ ହଜାର ଟଙ୍କା ସରcକାରଙ୍କ ପକ୍ଷରୁ ଦିଆଯିବ । ପିଲାମାନଙ୍କ ପାଇଁ ୪୦ ହଜାର ଟଙ୍କା ରଖାଯାଇଛି ।

ଏବେ କିଛି ବର୍ଷ ହେବ ବିଦେଶୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟା କମୁଛି । ଏବେ ସ୍ୱୀଡେନୀ ବିଦେଶୀ ନାଗରିକଙ୍କ ସଂଖ୍ୟା ୨୦ ଲକ୍ଷରେ ପଂହଚିଛି । ଦେଶରେ ଅପରାଧ ହାର ମଧ୍ୟ ବୃଦ୍ଧି ପାଇଛି । ୨୦୨୨ ପୂର୍ବରୁ ଏଠାରେ ବାହାର ଲୋକଙ୍କୁ ଶରଣ ପ୍ରଦାନ କରାଯାଉଥିଲା । ୨୦୨୨ରେ ଉଲଫ କ୍ରିଷ୍ଟର୍ସନ ପ୍ରଧାନମନ୍ତ୍ରୀ ହେବା ପରେ ସେ ଅନେକ ନୀତିରେ ପରିବର୍ତନ କରିଛନ୍ତି । ସେ ସିଧାସଳଖ କହିଛନ୍ତି ଶରଣାର୍ଥୀଙ୍କ ଯୋଗୁ ଦେଶର ସଂସ୍କୃତି ଓ ଅର୍ଥବ୍ୟବସ୍ଥା କ୍ଷତିଗ୍ରସ୍ତ ହେଉଛି ।

Comments are closed.