Latest Odisha News

ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ବାଲେଶ୍ୱର: ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୪ ଗୁରୁତର। ବାଲେଶ୍ୱର ଜିଲ୍ଲା ଉଆଦ ଗାଁର ଗୋଟିଏ ପରିବାର ବିଲରେ କାମ କରିବା ବେଳେ ବଜ୍ରାଘାତ ହୋଇଛି। ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ୪ ଜଣ ସୋର ମେଡିକାଲ୍‌ରେ ଭର୍ତ୍ତି ଅଛନ୍ତି।

ସୂଚନା ଅନୁସାରେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଆଜି ସକାଳେ ସାଙ୍ଗ ହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଓ ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.