Latest Odisha News

ଋଷରେ ୭.୦ ତୀବ୍ରତାର ଭୂକମ୍ପ ପରେ ଫାଟିଲା ଆଗ୍ନେୟଗିରି

ମସ୍କୋ: ଋଷର ପୂର୍ବ ଉପକୂଳରେ ୭.୨ ତୀବ୍ରତାର ଏକ ଭୂକମ୍ପ ପରେ  ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଆଗ୍ନେୟଗିରିର ଉଦଗୀରଣ ଯୋଗୁ ୮ କିଲୋମିଟର ଉଚ୍ଚରେ ପାଉଁଶ ଉପରକୁ ଉଠିଥିବା ଜଣାପଡିଛି।

ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି ଉଦଗୀରଣ ହୋଇଛି। ଏହି ସହର ଠାରୁ ପ୍ରାୟ ୫୫ ମାଇଲ ଦୂର ଏବଂ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଥିଲା।

ତେବେ ଏହି ଭୂକମ୍ପ ଏବଂ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

Comments are closed.